OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା Rajalaxmi Sahoo

ପଟ୍ଟାମୁଣ୍ଡାଇ: OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି ଗାଡ଼ି ଲୁଟ୍ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା। ସୂଚନା ଅନୁଯାୟୀ, ୪ ଜଣ ଯୁବକ ମଙ୍ଗଳବାର ରାତି ପ୍ରାୟ ୩ଟା ୪୦ ମିନିଟ୍‌ରେ ଭୁବନେଶ୍ୱରରୁ OLA କାର୍‌ ବୁକ୍ କରିଥିଲେ। ପରେ ସେମାନେ OLA ଗାଡ଼ି ଡ୍ରାଇଭରଙ୍କୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯିବାକୁ କହିଥିଲେ।

ହେଲେ ସାଲେପୁର ବଜାର ପୂର୍ବରୁ OLA ଡ୍ରାଇଭରଙ୍କ ହାତଗୋଡ଼ ଓ ମୁହଁ ବାନ୍ଧିବା ସହ ଗାଡ଼ି ଡିକିରେ ଭର୍ତ୍ତି କରି କାର୍‌ ଚଳାଇଥିଲେ ଲୁଟେରା। ତେବେ ପଟ୍ଟାମୁଣ୍ଡାଇ ଥାନାଠୁ ମାତ୍ର ୨୦୦ ମିଟର ଦୂରରେ ଆପେ ଆପେ ଗାଡ଼ି ଡିକି ଖୋଲି ଯାଇଥିଲା। ଆଉ ଡ୍ରାଇଭର ଜଣକ ଛିଟିକି ହୋଇ ତଳେ ପଡ଼ିଥିଲେ।

ଏହା ଦେଖି ସ୍ଥାନୀୟ ଲୋକେ ଗାଡ଼ିର ପିଛା କରିବାରୁ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଫେରାର ହେବାକୁ ଉଦ୍ୟମ କରିଥିଲେ ଏହି ୪ ଲୁଟେରା। ଶେଷରେ ସ୍ଥାନୀୟ ଲୋକେ ୩ ଜଣଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଥିବା ବେଳେ ଆଉ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପଟ୍ଟାମୁଣ୍ଡାଇ ପୋଲିସ୍ ଏହି‌ ୩ ଲୁଟେରାଙ୍କୁ ଗିରଫ କରିଛି।

OLA ଗାଡ଼ି ଚାଳକଙ୍କ ଘର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

The post OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା appeared first on OTV Khabar..



from OTV Khabar. https://ift.tt/3mQXT1k
OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା Rajalaxmi Sahoo OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା Rajalaxmi Sahoo Reviewed by SUBHENDU BARAL on September 23, 2020 Rating: 5

No comments:

Powered by Blogger.