ଦିନ ଦ୍ୱି ପ୍ରହରରେ ଖଣ୍ଡା ଦେଖାଇ ଦୋକାନ ଲୁଟିଲେ ଦୁର୍ବୃତ୍ତ Minati Mishra

ଆସିକା:ଦିନ ଦ୍ୱି ପ୍ରହରରେ ଲୁଟେରାଙ୍କ ଦୈ।ରମ୍ୟ। ଖଣ୍ଡା ଦେଖାଇ ଦୋକାନରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଘଟଣା ଘଟିଛି ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ।ଏଠାରେ ଥିବା ଏକ ଲୁଗା ଦୋକାନରୁ ଦେଢ଼ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। 

ଗତକାଲି ଦିନ ପ୍ରାୟ ସାଢ଼େ ୩ଟା ବେଳର ଘଟଣା। ଲୁଗା ଦୋକାନ ଭିତରକୁ ଗ୍ରାହକ ସାଜି ପଶିଥିଲେ ଦୁଇ ଲୁଟେରା । ବାଇକରେ ଆସିଥିବା ତିନି ଲୁଟେରାଙ୍କ ମଧ୍ୟରୁ ଜଣେ ବାଇକ ଷ୍ଟାର୍ଟ କରି ବାହାରେ ଅପେକ୍ଷା କରିଥିଲା।  ଦୁଇ ଲୁଟେରା ଦୋକାନ ଭିତରେ ପଶି ସେଲସମ୍ୟାନଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିବା ପରେ ମାଲିକଙ୍କୁ ଧକ୍କା ଦେଇ ଟଙ୍କା ଲୁଟି ନେଇଥିଲେ।

ମାତ୍ର କେଇ ମିନିଟ୍ ଭିତରେ ଲୁଟି ସାରି ଅନାୟାସରେ ଫେରାରେ ହୋଇଯାଇଥିଲେ ତିନି ଦୁର୍ବୃତ୍ତ । ତେବେ ଲୁଟର ଏ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି।  ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି ।

The post ଦିନ ଦ୍ୱି ପ୍ରହରରେ ଖଣ୍ଡା ଦେଖାଇ ଦୋକାନ ଲୁଟିଲେ ଦୁର୍ବୃତ୍ତ appeared first on OTV Khabar..



from OTV Khabar. https://ift.tt/3mFNDJ5
ଦିନ ଦ୍ୱି ପ୍ରହରରେ ଖଣ୍ଡା ଦେଖାଇ ଦୋକାନ ଲୁଟିଲେ ଦୁର୍ବୃତ୍ତ Minati Mishra ଦିନ ଦ୍ୱି ପ୍ରହରରେ ଖଣ୍ଡା ଦେଖାଇ ଦୋକାନ ଲୁଟିଲେ ଦୁର୍ବୃତ୍ତ Minati Mishra Reviewed by SUBHENDU BARAL on September 21, 2020 Rating: 5

No comments:

Powered by Blogger.