ସୁୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା Minati Mishra

ମୁମ୍ବଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତିଙ୍କୁ ମାରାଥନ ଜେରା କରାଯାଉଛି । ଅନ୍ୟପକ୍ଷେ ରିୟା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ରିୟାଙ୍କ ଓକିଲଙ୍କ କହିବା ଅନୁଯାୟୀ, ପ୍ରିୟଙ୍କା ସିଂହ, ରାମ ମନୋହର ଲୋହିଆ ଡାକ୍ତରଖାନାର ଡାକ୍ତର ଡା. ତରୁଣ କୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ କରାଯାଇଛି । ସେମାନେ ତାଙ୍କ ପ୍ରତି ଜାଲିଆତି, ଏନଡିପିସି ଆକ୍‌ଟ ଏବଂ ଟେଲି ମେଡ଼ିସିନ୍‌ ପ୍ରାକ୍ଟିସ୍‌ ଗାଇଡଲାଇନ୍ସ ୨୦୨୦ର ଉଲ୍ଲଘଂନ ନେଇ ଅଭିଯୋଗ କରିଛନ୍ତି । ରିୟାଙ୍କ ଓକିଲ ସତିଶ ମାନଶିନ୍ଦେ କହିଛନ୍ତି, ରିୟା ଚକ୍ରବତ୍ତୀ
ଏସବୁ ଅଭିଯୋଗ ନେଇ ଅଭିଯୋଗ ଦାଏର କରଛନ୍ତି । ସେ କହିଛନ୍ତି, ୨୦୨୦ ଜୁନ୍‌ ୮ ତାରିଖ ଦିନ ସୁଶାନ୍ତ ସିଂହ ରାଜପୁତ୍‌୍ଙ୍କୁ ଆଉଟ୍‌ ପେସେଣ୍ଟ ଡିପାର୍ଟମେଣ୍ଟ ରୋଗୀ ପରି ଏନଡିପିଏସ୍‌ ଆକ୍ଟରେ ଆଇଟମ୍‌ ୩୬ ଏବଂ ୩୭ ତାଲିକାଭୁକ୍ତ ଔଷଧ ପ୍ରେସକ୍ରାଇବ୍‌ କରାଯାଇଥିଲା ଯାହା ଟେଲି ମେଡିସିନ୍‌ ପ୍ରାକ୍ଟିସ୍‌ ଗାଇଡଲାଇନ୍‌ ୩.୭.୧.୪.ର ଉଲ୍ଲଘଂନ ଅଟେ ।
ସୂଚନାଥାଉ କି, ସୁଶାନ୍ତି ସିଂହ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ ଯାଞ୍ଚର ସମ୍ମୁଖୀନ ହେଉଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ରିୟାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କହିବା ସହ ଟଙ୍କା ହରେଫେର, ମାନସିକ ନିର୍ଯାତନା ଏବଂ ସୁଇସାଇଡ୍‌ ପାଇଁ ପ୍ରେତ୍ସାହନ ଦେବା ପରି ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଉପରେ ସିବିଆଇ ଏବଂ ଇଡି ଯାଞ୍ଚ କରୁଛି । ଏବେ ଡ୍ରଗ୍ସ କାରବାର କଥା ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଯାଞ୍ଚ କରୁଛି । ଏନସିବି ପକ୍ଷରୁ ଏହି ମାମଲାରେ ଅନେକଙ୍କୁ ଗିରଫ ମଧ୍ୟ କରାଗଲାଣି । ଏମାନଙ୍କ ମଧ୍ୟରେ ରିୟାଙ୍କ ଭାଇ ସୌଭିକ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଅଛନ୍ତି ।

 

 

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଫସିବା ପରେ ଏବେ ସୁଶାନ୍ତଙ୍କ ଭଉଣୀଙ୍କୁ ଟାଣିଲେ ରିୟା

The post ସୁୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା appeared first on OTV Khabar..



from OTV Khabar. https://ift.tt/3bCcyYN
ସୁୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା Minati Mishra ସୁୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା Minati Mishra Reviewed by SUBHENDU BARAL on September 07, 2020 Rating: 5

No comments:

Powered by Blogger.