ଚେନ୍ନାଇ ସୁପରକିଙ୍ଗସର ସ୍ୱତନ୍ତ୍ର ପୁରସ୍କାର ଉତ୍ସବ: ଧୋନୀଙ୍କୁ ମିଳିଲା ଗୋଲଡେଲ କ୍ୟାପ, ରବୀନ୍ଦ୍ର ଜାଡେଜାଙ୍କୁ ଗୋଲଡେନ ସୋଡ୍ ଉପହାର; ବ୍ରାଭୋ ଓ ୱାଟସନଙ୍କୁ ସ୍ୱତନ୍ତ୍ର ପୁରସ୍କାର Kanak News

କନକ ବ୍ୟୁରୋ: ସେପ୍ଟେମ୍ବର ୧୯ ତାରିଖରେ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୦ । ପ୍ରଥମ ମ୍ୟାଚରେ ଗତଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାକୁ ଯାଉଛି ଚେନ୍ନାଇ ସୁପରକିଙ୍ଗସ । ତେବେ ଏହି ମ୍ୟାଚ ଆରମ୍ଭ ହେବାରୁ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଏକ ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ପୁରସ୍କାର ବିତରଣ ଉତ୍ସବରେ ଚେନ୍ନାଇ ସୁପରକିଙ୍ଗସର ଖେଳାଳିମାନଙ୍କୁ ଫ୍ରାଂଚାଇଜି ଦ୍ୱାରା ପୁରସ୍କୃତ କରାଯାଇଥିଲା । ଚେନ୍ନାଇ ସୁପରକିଙ୍ଗସର ଦାୟିତ୍ୱ ୧୦ବର୍ଷ ଧରି ତୁଲାଇବା ଏବଂ ୩ଥର ଚାମ୍ପିଅନ କରାଇବା ଏବଂ ଆଇପିଏଲ ମ୍ୟାଚ ଗୁଡିକରରେ କ୍ରମାଗତ ଭାବେ ସଫଳତା ଅର୍ଜନ କରିବା ଏବଂ ଅଧିକ ରନ ସ୍କୋର କରିବାକୁ ଦୃଷ୍ଟିରେ ରଖି ମହେନ୍ଦ୍ର ସିଂହ ଧୋନୀଙ୍କୁ ଗୋଲଡେନ କ୍ୟାପ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ବ୍ରାଭୋଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଟି-ଟ୍ୱେଂଟି କ୍ରିକେଟରେ ପ୍ରଥମ କ୍ରିକେଟର ଭାବେ ୫୦୦ ୱିକେଟ ସଂଗ୍ରହ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ଗତ ଆଇପିଏଲ ଏଡିସନରେ ଭଲ ପ୍ରଦର୍ଶନ କରିଥିବାରୁ ଅଷ୍ଟ୍ରେଲିଆର ଅଲରାଉଣ୍ଡର ସେନ ୱାଟସନଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଏକ ଖଣ୍ଡା ଉପହାର ଦିଆଯାଇଥିଲା ।



from Kanak News https://ift.tt/2FRScPl https://ift.tt/2EbsTHE
ଚେନ୍ନାଇ ସୁପରକିଙ୍ଗସର ସ୍ୱତନ୍ତ୍ର ପୁରସ୍କାର ଉତ୍ସବ: ଧୋନୀଙ୍କୁ ମିଳିଲା ଗୋଲଡେଲ କ୍ୟାପ, ରବୀନ୍ଦ୍ର ଜାଡେଜାଙ୍କୁ ଗୋଲଡେନ ସୋଡ୍ ଉପହାର; ବ୍ରାଭୋ ଓ ୱାଟସନଙ୍କୁ ସ୍ୱତନ୍ତ୍ର ପୁରସ୍କାର Kanak News ଚେନ୍ନାଇ ସୁପରକିଙ୍ଗସର ସ୍ୱତନ୍ତ୍ର ପୁରସ୍କାର ଉତ୍ସବ: ଧୋନୀଙ୍କୁ ମିଳିଲା ଗୋଲଡେଲ କ୍ୟାପ, ରବୀନ୍ଦ୍ର ଜାଡେଜାଙ୍କୁ ଗୋଲଡେନ ସୋଡ୍ ଉପହାର; ବ୍ରାଭୋ ଓ ୱାଟସନଙ୍କୁ ସ୍ୱତନ୍ତ୍ର ପୁରସ୍କାର Kanak News Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.