ବନ୍ୟା ପରେ ଉଜୁଡି ଗଲା ଚାଷ : ରାଜ୍ୟର ବିଭିନ୍ନରେ ଆକାଶ ଛୁଆଁ ପରିବା ଦର; ଆଳୁ, ପିଆଜ, ଟମାଟୋ ଦର ସାଜିଛି ଖାଉଟିଙ୍କ ପାଇଁ କୋରଡା ମାଡ Kanak News

କନକ ବ୍ୟୁରୋ : ବନ୍ୟା ଗଲା, ଏବେ ଦାଉ ସାଧୁଛି ପରିବା ଦର । ବଜାରରେ ଆକାଶଛୁଆଁ ପରିବା ଦର । କେଉଁ ପରିବାରେ ବି ହାତ ମାରିହେଉନି । ଏପରିକି ଆଳୁ ଓ ପିଆଜ ଦର ବି ଆକାଶଛୁଆଁ ହେଲାଣି । ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି । କିଛି ପରିବା ଦର ଶହେ ଉପରେ ବି ଅଛି । ବନ୍ୟାରେ ଚାଷ ଉଜୁଡିଯିବା ଯୋଗୁଁ ପରିବା ଦର ଏଭଳି ଥିବା କୁହାଯାଉଛି । ଏପରିକି ଖରାଦିନି ପରିବା ଭେଣ୍ଡି ଅନେକ ସ୍ଥାନରେ ୫୦ରୁ ଅଧିକ ରହିଥିବାବେଳେ ବାଇଗଣ, ଟମାଟ ଦକ କିଲୋପ୍ରତି ୫୦ରୁ ଅଧିକ ଟଙ୍କା ରହିଛି ।
ପୋଟଳ, କାଙ୍କଡ, ଝୁଡଙ୍ଗ ଓ ବିନ ଭଳି ପରିବା ୭୦ ଉପରେ ଅଛି । ଅନ୍ୟ କିଛି ପରିବା ଶହେ ଉପରେ ରହିଛି । କରୋନା ମହାମାରୀ ସମୟରେ ଜୀବିକା ପାଇଁ ଲୋକେ ସଂଘର୍ଷ କରୁଥିବାବେଳେ ପରିବା ଦର ଲୋକଙ୍କୁ ବେଶ ବାଧିଛି ।
from Kanak News https://ift.tt/3kjchwY https://ift.tt/33sOZOt
ବନ୍ୟା ପରେ ଉଜୁଡି ଗଲା ଚାଷ : ରାଜ୍ୟର ବିଭିନ୍ନରେ ଆକାଶ ଛୁଆଁ ପରିବା ଦର; ଆଳୁ, ପିଆଜ, ଟମାଟୋ ଦର ସାଜିଛି ଖାଉଟିଙ୍କ ପାଇଁ କୋରଡା ମାଡ Kanak News
Reviewed by SUBHENDU BARAL
on
September 14, 2020
Rating:
No comments: