ରାଜଧାନୀ ଗଣଦୁଷ୍କର୍ମ ମାମଲା : ବଦଳିଲେ ଇନଫୋସିଟି ଆଇଆଇସି, କୋରାପୁଟକୁ ବିଦା Kanak News

କନକ ବ୍ୟୁରୋ : ରାଜଧାନୀରେ ଲକଡାଉନରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୁଲିସର ଭୂମିକା ନେଇ ବିବାଦ ବଢିବାରେ ଲାଗିଛି। ମାମଲାକୁ ୧୫ ଦିନ ବିତି ଯାଇଥିବା ହେଁ ଅଭିଯୁକ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ ତାହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଭୁବନେଶ୍ୱର ଯୁବ କଂଗ୍ରେସ। ଯୁବ କଂଗ୍ରେସର ପ୍ରତିନିଧି ଦଳ ଆଜି ପୂର୍ବାହ୍ନରେ ପୁଲିସ ସେବା ଭବନ ଆଗରେ ଧାରଣାରେ ବସି କମିସନରେଟ ପୁଲିସ ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପୁଲିସ କମିସନରଙ୍କ ସହ ଦେଖା ହୋଇ ନ ପାରିବାରୁ ନିଜର ଅସନ୍ତୋଷ ଜାହିର କରିଥିଲେ। ପୀଡିତା ଓ ତାଙ୍କ ମା’ଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା, ଦୋଷୀଙ୍କୁ ତୁରନ୍ତ ଗିରଫ ସହ ପୀଡିତାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ।

ଠିକ୍ ଏମିତି ସମୟରେ ପୁଲିସର ଆଉ ଏକ ଅବହେଳା ସାମ୍ନାକୁ ଆସିଛି। ଗତ ଜୁନ୍ ମାସରେ ସମ୍ପୃକ୍ତ ଟିଭି ଚ୍ୟାନେଲ ପକ୍ଷରୁ ପୀଡିତାଙ୍କ ମା’ଙ୍କ ନାଁରେ ଇନଫୋସିଟି ଥାନାରେ ଏକ ରିପୋର୍ଟ ପ୍ରଦାନ କରା ଯାଇଥିଲା। ସେଥିରେ ମହିଳା ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା କହୁଥିବା ଉଲ୍ଲେଖ ରହିଥିଲା। ଯଦି ନାବାଳିକା ଦୁଷ୍କର୍ମ ନେଇ ଏଭଳି ଅଭିଯୋଗ ଆସିଥିଲା ତାହାଲେ କାହିଁକି ପୁଲିସ ଏହାର ଅନୁସନ୍ଧାନ କରି ନ ଥିଲା? ଯାହାକୁ ନେଇ ଇନଫୋସିଟି ଥାନାଧିକାରୀ ବିଶ୍ୱଜିତ ମହାନ୍ତିଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ଅଭିଯୋଗ କ୍ରମଶଃ ବଢୁଥିବା ଲକ୍ଷ୍ୟରେ ବିଶ୍ୱଜିତ୍ ମହାନ୍ତିଙ୍କୁ ରାତି ଅଧିଆ କୋରାପୁଟ ବଦଳି କରାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ଓଟିଭି ଏମ୍‌ଡି ଜଗିମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ଜାରି କରିଛନ୍ତି ମହିଳା କମିସନ। ପୀଡିତା ନାବାଳିକାଙ୍କ ମାଙ୍କ ଲିଖିତ ଅଭିଯୋଗ ଓ ଦାଖଲ କରିଥିବା ଅଡିଓ କ୍ଲିପ୍ ଆଧାରରେ ଏହି ନୋଟିସ୍ ଜାରି କରାଯାଇଛି। ଆସନ୍ତା ୨୧ ତାରିଖରେ ଶ୍ରୀମତୀ ପଣ୍ଡା ବ୍ୟକ୍ତିଗତ ଭାବେ ହାଜର ହୋଇ ଅଭିଯୋଗ ଉପରେ ତାଙ୍କର ପକ୍ଷ ରଖିବା ପାଇଁ ଏହି ନୋଟିସ୍ ଜାରି କରା ଯାଇଥିବା ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା ସୂଚନା ଦେଇଛନ୍ତି। ସେହିଭଳି ଗଣଦୁଷ୍କର୍ମ ମାମଲାରେ ନୋଟିସ୍ ଆଧାରରେ ମଧ୍ୟାହ୍ନରେ ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଇନପୁଟ୍ ମୁଖ୍ୟ। ପୀଡିତା ନାବାଳିକାଙ୍କ ମା’ ଓ ଟିଭି ଚ୍ୟାନେଲ ଅଧିକାରୀଙ୍କ ସହ ଟେଲିଫୋନ୍ ବାର୍ତାଳାପର ଯେଉଁ ଅଡିଓ ଟେପ୍ ଓଟିଭିରେ ପ୍ରସାରଣ ହେଉଛି ସେ ନେଇ ଜେରା କରା ଯାଇଥିବା ଜଣାପଡ଼ିଛି। ପୁଲିସ ତଦନ୍ତ ସମୟରେ ଟିଭି ଚ୍ୟାନେଲ ପକ୍ଷରୁ କାହିଁକି ସେହି ଅଡିଓ କ୍ଲିପ୍ ଗୁଡିକ ତଦନ୍ତକାରୀ ଟିମକୁ ଦିଆ ଯାଇ ନ ଥିଲା ସେ ସମ୍ପର୍କରେ ପଚରାଉଚରା କରା ଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ଟିମର ଜଣେ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ସହ ଜଣେ ଅଭିଯୁକ୍ତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ରିପୋର୍ଟ ଦାଖଲ ପାଇଁ ତିନି ସପ୍ତାହ ସମୟ ମାଗିଛି କମିସନରେଟ ପୁଲିସ।ଏହା ଲମ୍ବା ସମୟ ହୋଇଥିବାରୁ ୧୪ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ସ୍ବତନ୍ତ୍ର ତଦନ୍ତକାରୀ ଟିମର ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ଦେଖା ଦେଇଛି।



from Kanak News https://ift.tt/3bY4uBS https://ift.tt/2ZBSWiN
ରାଜଧାନୀ ଗଣଦୁଷ୍କର୍ମ ମାମଲା : ବଦଳିଲେ ଇନଫୋସିଟି ଆଇଆଇସି, କୋରାପୁଟକୁ ବିଦା Kanak News ରାଜଧାନୀ ଗଣଦୁଷ୍କର୍ମ ମାମଲା : ବଦଳିଲେ ଇନଫୋସିଟି ଆଇଆଇସି, କୋରାପୁଟକୁ ବିଦା Kanak News Reviewed by SUBHENDU BARAL on September 14, 2020 Rating: 5

No comments:

Powered by Blogger.