ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ: ୭ ଜିଲ୍ଲାକୁ ଅତିପ୍ରବଳ ବର୍ଷା ନେଇ ରେଡ୍-ୱାର୍ଣ୍ଣିଂ, ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା Kanak News

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେଗୁଡ଼ିକ ହେଲା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ଏହି ଜିଲ୍ଲାଗୁଡ଼ିକରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଭୂ-ସ୍ଖଳନ, ଅକସ୍ମାତ୍ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିଯିବା, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଭଳି ଦୁର୍ବିପାକର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଏବଂ ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ଏହାସହ ଅଶାନ୍ତ ସମୁଦ୍ରକୁ ଯିବାକୁ କେନ୍ଦ୍ର ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରି ଅଧିକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ଆଜି ବର୍ଷାର ପରିମାଣ ବଢ଼ିବ ଓ ପଶ୍ଚିମ ଓଡ଼ିଶାର ଉପରୋକ୍ତ ୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ। ଆଜି ସକାଳ ସୁଦ୍ଧା ରାଜ୍ୟର ଉତ୍ତର ଉପକୂଳ, ସମ୍ଭବତଃ ଭଦ୍ରକରୁ ବାଲେଶ୍ବର ଭିତରେ ସ୍ଥଳଭାଗ ଛୁଇଁବ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ସୁନ୍ଦରଗଡ଼ ଦେଇ ଉତ୍ତର ଛତିଶଗଡ଼କୁ ମୁହାଁଇପାରେ।

ଆକଳନ କରାଯାଉଛି ଯେ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବ। ଆଜି ନବରଙ୍ଗପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏବଂ ସମସ୍ତ ଉପକୂଳରେ ମଧ୍ୟମ ଧରଣର ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ମଙ୍ଗଳବାର ଦିନ ବର୍ଷା କମିଯିବ। ସ୍ଥାନେ ସ୍ଥାନେ ସ୍ବଳ୍ପରୁ ମଧ୍ୟମ ଧରଣର (୩୫ମିମି) ବର୍ଷା ହୋଇପାରେ। ତେବେ ଉପକୂଳରେ ୨୪ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ।



from Kanak News https://ift.tt/35UQoAo https://ift.tt/2XGot2h
ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ: ୭ ଜିଲ୍ଲାକୁ ଅତିପ୍ରବଳ ବର୍ଷା ନେଇ ରେଡ୍-ୱାର୍ଣ୍ଣିଂ, ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା Kanak News ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ: ୭ ଜିଲ୍ଲାକୁ ଅତିପ୍ରବଳ ବର୍ଷା ନେଇ ରେଡ୍-ୱାର୍ଣ୍ଣିଂ, ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା Kanak News Reviewed by SUBHENDU BARAL on September 20, 2020 Rating: 5

No comments:

Powered by Blogger.