ଆଜିଠୁ ଯୁକ୍ତ୨ ନାମଲେଖା : ନାମଲେଖା ଲାଗି ୩ ଲକ୍ଷ ୪୭ ହଜାର ୬୨୬ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ; ସକାଳ ୯ରୁ ଅପରାହ୍ନ ୫ଟା ଯାଏ ନାମଲେଖା Kanak News

କନକ ବ୍ୟୁରୋ : ଆଜି ଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ତଥା ମେରିଟ୍‌ ଲିଷ୍ଟ ଆଧାରରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗରେ ନାମଲେଖା ହେବ। ଏହି ପର୍ଯ୍ୟାୟରେ ନାମଲେଖା ଲାଗି ୩ ଲକ୍ଷ ୪୭ ହଜାର ୬୨୬ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୨୩ ହଜାର ୫୭୫ ଛାତ୍ରଛାତ୍ରୀଙ୍କୁ ଡକାଯାଇଥିବା ବେଳେ ବିଜ୍ଞାନରେ ୮୪ ହଜାର ୭୮୯, ବାଣିଜ୍ୟରେ ୨୫ ହଜାର ୬୨ ଜଣ, ସଂସ୍କୃତରେ ୮୪୩୮ ଓ ଧନ୍ଦାମୂଳକ ବିଭାଗରେ ୫୭୬୨ ଜଣ ରହିଛନ୍ତି।

ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟ ନାମଲେଖା ସମୟରେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ କରିବାକୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି। କଲେଜ କ୍ୟାମ୍ପସର ପ୍ରବେଶ ପଥରେ ପାଣି, ହ୍ୟାଣ୍ଡୱାସ୍‌, ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଛି। ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରଖିବାକୁ ବି ପରାମର୍ଶ ଦିଆଯାଇଛି। ନାମଲେଖା କେନ୍ଦ୍ରର ସମସ୍ତ ସଦସ୍ୟ ମାସ୍କ ପିନ୍ଧିବା ସହ ୬ ଫୁଟ ଦୂରତା ରକ୍ଷା କରିବେ। ନାମ ଲେଖ‌ାଇବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସହ ଜଣେ ମାତ୍ର ଅଭିଭାବକ ଆସିପାରିବେ।

କଲେଜଗୁଡ଼ିକ ଦୁଇଟି ପର୍ଯ୍ୟାୟ ଯଥ‌ା ସକାଳ ୯ଟା ଅପରାହ୍ନ ୧ଟା ଓ ଅପରାହ୍ନ ୧ଟା ୩୦ରୁ ୫ଟା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି। ଇଣ୍ଟିମେସନ ଲେଟରରେ କୋଭିଡ୍‌-୧୯ ସମ୍ପର୍କିତ ତଥ୍ୟ, ନାମଲେଖା ସମ୍ପର୍କିତ ଡକ୍ୟୁମେଣ୍ଟ ଆଣିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ପ୍ରତି ଘଣ୍ଟାରେ ଅତି ବେଶିରେ ବିଭାଗ ପିଛା ୧୫ ଜଣ ପ୍ରାର୍ଥୀଙ୍କୁ ନାମ ଲେଖାଇବାକୁ ସୁଯୋଗ ଦିଆଯିବ। ୯ଟାରୁ ୫ଟା ପର୍ଯ୍ୟନ୍ତ ନାମଲେଖା ହେବ। ଯେଉଁମାନେ ନିର୍ଦ୍ଧାରିତ ସମୟରେ ନାମଲେଖାଇ ପାରିବେ ନାହିଁ ସେମାନଙ୍କୁ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ସୁଯୋଗ ଦିଆଯିବ। ପ୍ରତିଦିନ ନାମଲେଖ‌ା ସମ୍ପର୍କିତ ତଥ୍ୟ ଅପଡେଟ୍‌ କରିବାକୁ ଯୁକ୍ତ୨ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ହେଉଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୪୦ ହଜାର ୫୮୬ ସିଟ୍‌ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୪୫ ହଜାର ୯୯୮, ବାଣିଜ୍ୟରେ ୪୪ ହଜାର ୩୨୩, ସଂସ୍କୃତରେ ୧୧ ହଜାର ୭୧୨ ଓ ଧନ୍ଦାମୂଳକ ବିଭାଗର ୧୧ ହଜାର ୨୪ ସିଟ୍‌ରେ ନାମଲେଖା କରାଯିବ। ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ। ୧୫ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍‌ ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟ‌ା ଶେଷ ହେବ।



from Kanak News https://ift.tt/33KY1X9 https://ift.tt/3mD8A7f
ଆଜିଠୁ ଯୁକ୍ତ୨ ନାମଲେଖା : ନାମଲେଖା ଲାଗି ୩ ଲକ୍ଷ ୪୭ ହଜାର ୬୨୬ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ; ସକାଳ ୯ରୁ ଅପରାହ୍ନ ୫ଟା ଯାଏ ନାମଲେଖା Kanak News ଆଜିଠୁ ଯୁକ୍ତ୨ ନାମଲେଖା : ନାମଲେଖା ଲାଗି ୩ ଲକ୍ଷ ୪୭ ହଜାର ୬୨୬ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ; ସକାଳ ୯ରୁ ଅପରାହ୍ନ ୫ଟା ଯାଏ ନାମଲେଖା Kanak News Reviewed by SUBHENDU BARAL on September 20, 2020 Rating: 5

No comments:

Powered by Blogger.