ଆଶ୍ୱିନରେ ଆକାଶଛୁଆଁ ପରିବା ଦର । ୩୫ ଡେଇଁଲାଣି ଆଳୁ, ୫୦ ଉପରେ ବାଇଗଣ : ବଜାରରେ ଦରକୁ ଦେଖି ଚିନ୍ତାରେ ଖାଉଟି Kanak News

କନକ ବ୍ୟୁରୋ : ଆଶ୍ୱିନ ମାସରେ ପରିବା ଦର ଆକାଶ ଛୁଆଁ । ଦୀର୍ଘ ୧୦ ଦିନ ମଧ୍ୟରେ ବ୍ରହ୍ମପୁର ସହରରେ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । ଲକ ଡ଼ାଉନ ହେଉ କିମ୍ବା ସଟ ଡ଼ାଉନ ସମୟରେ ମଧ୍ୟ ପରିବା ଦର ବୃଦ୍ଧି ହୋଇନଥିଲା । ଏବେ କିନ୍ତୁ କୌଣସି ପରିବା ଦର ୫୦ ଟଙ୍କାରୁ ମଧ୍ୟ କମ ନୁହଁ । କେବଳ ୨ ରୁ ୩ଟି ପରିବା ଦର ୪୦ ରୁ ୫୦ ଟଙ୍କା ରହିଛି । ଯାହାକି ଖାଉଟିଙ୍କ ଉପରେ ଚଡକ ପରି ହୋଇଛି । ବଜାରକୁ ୫୦୦ ଟଙ୍କା ନେଇ ଗଲେ ମଧ୍ୟ ବ୍ୟାଗ୍ ଭର୍ତି ହେଉନି ।

ବ୍ରହ୍ମପୁର ବଜାରରେ ଏବେ ପରିବା ଦର ବାଇଗଣ ୪୦ ରୁ ୫୦, ପଟୋଳ ୫୦ ରୁ ୬୦, କାଙ୍କଡ଼ ୧୦୦ ରୁ ୧୩୦, ଫୁଲ କୋବି ୮୦ ରୁ ୧୦୦, ବିନ୍ସ ୬୦ରୁ ୮୦, ଟମାଟ ୪୦ ରୁ ୫୦ ଟଙ୍କା ରହିଛି । ଏପରିକି ଆଳୁ ଦର ମଧ୍ୟ ୩୫ ରୁ ୪୦ ଟଙ୍କା ରହିଛି । ଆଗକୁ କାର୍ତିକ ମାସ ଥିବା ବେଳେ ପରିବା ଦର ଉଚ୍ଚା ରହିବା ନେଇ ବ୍ୟବସାୟୀ କହୁଛନ୍ତି । ଏହାରି ଭିତରେ ବ୍ୟବସାୟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦୋକାନୀ ଓ ଖାଉଟି ।



from Kanak News https://ift.tt/3hSBqNC https://ift.tt/3cdEKBz
ଆଶ୍ୱିନରେ ଆକାଶଛୁଆଁ ପରିବା ଦର । ୩୫ ଡେଇଁଲାଣି ଆଳୁ, ୫୦ ଉପରେ ବାଇଗଣ : ବଜାରରେ ଦରକୁ ଦେଖି ଚିନ୍ତାରେ ଖାଉଟି Kanak News ଆଶ୍ୱିନରେ ଆକାଶଛୁଆଁ ପରିବା ଦର । ୩୫ ଡେଇଁଲାଣି ଆଳୁ, ୫୦ ଉପରେ ବାଇଗଣ : ବଜାରରେ ଦରକୁ ଦେଖି ଚିନ୍ତାରେ ଖାଉଟି Kanak News Reviewed by SUBHENDU BARAL on September 22, 2020 Rating: 5

No comments:

Powered by Blogger.