ଚିନ୍ତା ବଢାଉଛି ସଂକ୍ରମଣ । କଟକଣା ସ୍ଥିତି ଯାଞ୍ଚ କଲେ ପୁଲିସ କମିସନର Kanak News

କନକ ବ୍ୟୁରୋ : ସଂକ୍ରମଣ ଥମୁନଥିବାବେଳେ କୋଭିଡ୍‌ କଟକଣାକୁ ଲୋକେ ମାନୁନଥିବା ଦେଖିବାକୁ ମିଳୁଛି। ତେଣୁ ପ୍ରଶାସନ ପାଇଁ କରୋନା ମୁକାବିଲା ଚିନ୍ତା ବଢ଼ିଛି। ଅଧିକ ଚାପ ପୁଲିସ ଉପରେ ପଡ଼ୁଛି। ପୁଲିସ ଡିଜିଙ୍କ ହସ୍ତକ୍ଷେପ ପରେ ପୁଲିସ ପାଇଁ ଚିନ୍ତା ଅଧିକ ବଢ଼ିଥିବା ଚର୍ଚ୍ଚା ହେଉଛି। ତେଣୁ ପୁଲିସ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି।

ଗତ ୫ ଦିନ ଧରି ପୁଲିସ ରାଜଧାନୀର ବିଭିନ୍ନ ଛକ, ବଜାର, ହାଟ ଆଦି ସ୍ଥାନରେ ଚଢ଼ଉ ଜୋରଦାର କରିଛି। ଗତକାଲି ବିଭିନ୍ନ ବ୍ୟବସାୟୀ ସଂଗଠନଙ୍କ ସହ କମିସନରେଟ ପୁଲିସର ଆଲୋଚନା ହୋଇଥିଲା। ଆଜି ଖୋଦ୍‌ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ରାଜଧାନୀର ପ୍ରମୁଖ ବଜାର ବୁଲି କୋଭିଡ୍ ନିୟମ ପାଳନର ଯାଞ୍ଚ କରିଛନ୍ତି।

ଆଜି ସନ୍ଧ୍ୟାରେ ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ ପୁଲିସ ଅଧିକାରୀଙ୍କ ସହ ସିପି ଶ୍ରୀ ଷଡ଼ଙ୍ଗୀ ରାଜଧାନୀର ୟୁନିଟ୍‌-୧ ଓ ୨ ମାର୍କେଟ, ପାଲହାଇଟ୍ସ, ଡମଣାଛକ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବସାୟୀଙ୍କୁ ବୁଝାଇଛନ୍ତି। ଗ୍ରାହକଙ୍କୁ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ତାଗିଦ୍‌ କରିଛନ୍ତି।

ଯଦି କୋଭିଡ୍ ନିୟମ ଉଲ୍ଲଙ୍ଘନ ହୁଏ, ତା’ ହେଲେ ବଜାରକୁ ସିଲ୍‌ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ପୁଲିସ ସେବା ଭବନରେ ବଜାର କମିଟି ଓ ପୁଲିସ କମିସନରଙ୍କ ବୈଠକ ହୋଇଥିଲା। ଏଥିରେ ବଜାରରେ କିଭଳି ଗ୍ରାହକମାନେ ସାମାଜିକ ଦୂରତ୍ୱ ବଜାୟ ରଖିବେ ଏବଂ ଦୋକାନୀମାନେ ଏହା ଉପରେ ଧ୍ୟାନ ଦେବେ, ସେନେଇ ଆଲୋଚନା ହୋଇଥିଲା। ବ୍ୟବସାୟୀ ଓ ପୁଲିସ ମଧ୍ୟରେ ସମନ୍ୱୟ ରହିଲେ ହିଁ କରୋନା ଭଳି କଠିନ ପରିସ୍ଥିତିକୁ ମୁକାବିଲା କରିହେବ ବୋଲି ସିପି କହିଥିଲେ।



from Kanak News https://ift.tt/2ExybgK https://ift.tt/3mUGlBm
ଚିନ୍ତା ବଢାଉଛି ସଂକ୍ରମଣ । କଟକଣା ସ୍ଥିତି ଯାଞ୍ଚ କଲେ ପୁଲିସ କମିସନର Kanak News ଚିନ୍ତା ବଢାଉଛି ସଂକ୍ରମଣ । କଟକଣା ସ୍ଥିତି ଯାଞ୍ଚ କଲେ ପୁଲିସ କମିସନର Kanak News Reviewed by SUBHENDU BARAL on September 25, 2020 Rating: 5

No comments:

Powered by Blogger.