ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କ ଆଜି ଶେଷକୃତ୍ୟ: ଦୁଇ ସପ୍ତାହ ପୂର୍ବରୁ ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ Kanak News

କନକ ବ୍ୟୁରୋ: ପରଲୋକରେ ହାକିମ ବାବୁ । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ୨ ସପ୍ତାହ ପୂର୍ବେ କରୋନା ପଜିଟିଭ ଥିବା ଜଣାପଡିଥିଲା । ପରେ କୋଭିଡ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ହାକିମ ବାବୁ ଚଳଚିତ୍ରରେ ଚମକ୍ରାର ଅଭିନୟ କରି ଛାପ ଛାଡିଥିବା ଅଜିତ ଦାଶ, ଗୋଟିଏ ପରେ ଗୋଟିଏ ହିଟ ସିନେମା ଦେଇଚାରିଥିଲେ ।
ମଂଚ ଓ ନାଟକରେ ରୁଚି ରଖୁଥିବା ଅଜିତ ଦାସଙ୍କ ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି କହିଛନ୍ତି, ଓଡିଆ ଚଳଚିତ୍ର ଜଗତରେ ସେ ଏକ ଅଲିଭା ଛାପ ଛାଡିଯାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ମୃତ୍ୟୁରେ ଓଡିଆ ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ଆଜି ଅଜିତ ଦାଶଙ୍କ ଶେଷକୃତ୍ୟ ହେବ ।
from Kanak News https://ift.tt/3mgvQrD https://ift.tt/2DVpLzw
ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କ ଆଜି ଶେଷକୃତ୍ୟ: ଦୁଇ ସପ୍ତାହ ପୂର୍ବରୁ ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ Kanak News
Reviewed by SUBHENDU BARAL
on
September 13, 2020
Rating:
No comments: