ଚିଟଫଣ୍ଡ ମାମଲାରେ ସିବିଆଇର ତନାଘନା ଜାରି । ଭୁବନେଶ୍ୱର ସମେତ ୮ ସ୍ଥାନରେ ଚଢାଉ । ଭୁବନେଶ୍ୱର ସ୍ପେଶାଲ ସିଜେଏମ କୋର୍ଟରେ ଦୁଇଟି ଅତିରିକ୍ତ ଚାର୍ଜସିଟ୍ ଦାଖଲ Kanak News

କନକ ବ୍ୟୁରୋ : ଚିଟଫଣ୍ଡ ମାମଲାରେ ଅତିରିକ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି ସିବିଆଇ । ଦୁଇଟି ଅଲଗା ଅଲଗା ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ କୋର୍ଟରେ ଏହି ଅତିରିକ୍ତ ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ସ୍ଥିତ ଏକ ଘରୋଇ କମ୍ପାନୀର ପ୍ରମୋଟର ଓ ନିର୍ଦ୍ଦେଶକ ସମେତ ୨୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି । ସେହିପରି ଅନ୍ୟ ଏକ ମାମଲାରେ ଦିଲ୍ଲୀର ଅନ୍ୟ ଏକ କମ୍ପାନୀର ନିର୍ଦ୍ଦେଶକ ଓ ଅନ୍ୟ ଦୁଇ ଜଣଙ୍କ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ସିସୋର ଲିଙ୍କ ନେଇ ୮ଟି ସ୍ଥାନରେ ସିବିଆଇ ଚଢଉ କରିଛି ।

ଭୁବନେଶ୍ୱର, କଟକ, ମୁମ୍ବାଇର ଥାନେ ଅଂଚଳରେ ରେଡ ହୋଇଥିବା ସୂଚନା ମିଳିଛି । ଅଫିସ ଓ ଘରେ ମଧ୍ୟ ଚଢାଉ କରିଛି ସିବିଆଇ । ତକ୍ରାଳୀନ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ରବି ନନ୍ଦଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି । ସେହିପରି ସ୍ୱାଗତିକା ଇନ୍ଫ୍ରା ଲିମିଟେଡ୍ ମହାନିର୍ଦ୍ଦେଶକ ପ୍ରଶାନ୍ତ ପଟ୍ଟନାୟକଙ୍କ ଘରେ ମଧ୍ୟ ଚଢଉ ହୋଇଛି ବୋଲି ସୂଚନା ମିଳିଛି । ଏହାଛଡା ଆଭେନ୍ୟୁ ଆସୋସିଏଟ୍ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶକ ବିଷ୍ଣୁ ମିଶ୍ରଙ୍କ ଘରେ ରେଡ୍ କରିଛି ସିବିଆଇ । ଏପଟେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ସରକାରୀ ବାସଭବନ, ନରସିଂହପୁର ବାସଭବନ ସମେତ ଏକାଧିକ ସ୍ଥାନରେ ଏକକାଳୀନ ରେଡ କରିଥିଲେ ସିବିଆଇ ଅଧିକାରୀ ।



from Kanak News https://ift.tt/2Hf6Xg1 https://ift.tt/3cYXyDv
 ଚିଟଫଣ୍ଡ ମାମଲାରେ ସିବିଆଇର ତନାଘନା ଜାରି । ଭୁବନେଶ୍ୱର ସମେତ ୮ ସ୍ଥାନରେ ଚଢାଉ । ଭୁବନେଶ୍ୱର ସ୍ପେଶାଲ ସିଜେଏମ କୋର୍ଟରେ ଦୁଇଟି ଅତିରିକ୍ତ ଚାର୍ଜସିଟ୍ ଦାଖଲ Kanak News  ଚିଟଫଣ୍ଡ ମାମଲାରେ ସିବିଆଇର ତନାଘନା ଜାରି । ଭୁବନେଶ୍ୱର ସମେତ ୮ ସ୍ଥାନରେ ଚଢାଉ । ଭୁବନେଶ୍ୱର ସ୍ପେଶାଲ ସିଜେଏମ କୋର୍ଟରେ ଦୁଇଟି ଅତିରିକ୍ତ ଚାର୍ଜସିଟ୍ ଦାଖଲ Kanak News Reviewed by SUBHENDU BARAL on September 18, 2020 Rating: 5

No comments:

Powered by Blogger.