
କନକ ବ୍ୟୁରୋ : ରାଜ୍ୟର ପ୍ରମୁଖ ମଧୁର ଜଳ ହ୍ରଦ କହିଲେ ବୁଝାଏ ଅଂଶୁପାକୁ। କାଶ୍ମୀରର ଡାଲ୍ ହ୍ରଦ ପରେ ଦେଶର ଦ୍ବିତୀୟ ବୃହତ ମଧୁର ଜଳ ହ୍ରଦ ଭାବେ ଏହାର ମାନ୍ୟତା ରହିଛି। କିନ୍ତୁ ପର୍ଯ୍ୟଟକଙ୍କ ଆକର୍ଷଣ ଥିବା ଏହି ହ୍ରଦ ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି। ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ହ୍ରଦର ଶହେ ଏକର ଅଂଚଳ ଜବରଦଖଲକୁ ଚାଲିଗଲାଣି। ନାଗା ବା ରାଜ ଦଳ ସଫେଇ ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଦଳ ମାଡ଼ି ହ୍ରଦ ସଙ୍କୁଚିତ ହେବା ସହିତ ସୌନ୍ଦର୍ଯ୍ୟ ବି ହ୍ରାସ ପାଇ ଚାଲିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ହାତରେ ଅଂଶୁପା ବିକାଶ ଯୋଜନା ରହିଥିଲେ ବି ବର୍ତ୍ତମାନ ସ୍ଥିତିରେ ଏହା ହୁଏତ ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବା ଭଳି ଆଶଙ୍କା ସୃଷ୍ଟି କରିଛି।
କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ରେ ରହିଛି ଅ˚ଶୁପା ହ୍ରଦ। ଅ˚ଶୁପା ହ୍ରଦର କ୍ୟାଚ୍ମେଣ୍ଟ ପରିଧି ପ୍ରାୟ ୫୨୩୧ ହେକ୍ଟର ଥିବାବେଳେ ଏହାର ଜଳଧାରଣ କ୍ଷମତା ପାଖାପାଖି ୧୪୨ ହେକ୍ଟର। ୧୮୨ ହେକ୍ଟର ଅଂଶୁପା ହ୍ରଦରୁ ୧୪୨ ହେକ୍ଟରରେ ପାଣି ଥିବାବେଳେ ବାକି ଶହେ ଏକର ଏବେ ଜବରଦଖଲରେ। କ୍ୟାଚ୍ମେଣ୍ଟ ଏରିଆ ମଧ୍ୟରେ ୨୮ଟି ଗ୍ରାମ ଅନ୍ତର୍ଭୁକ୍ତ । ଅ˚ଶୁପାର ପଶ୍ଚିମ ଦିଗରେ ସରଣ୍ତା ପାହାଡ ଓ ଉତ୍ତର ପୂର୍ବ ଦିଗରେ ବିଷ୍ଣୁପୁର ପାହାଡ ରହିଥିବାବେଳେ ଏହି ହ୍ରଦ ଦୁଇଟି ନାଳ ଯଥା- ଦକ୍ଷିଣ ଦିଗରେ କାବୁଲା ନାଳ ଏବ˚ ଦକ୍ଷିଣ ପଶ୍ଚିମରେ ହୁଳୁହୁଳା ନାଳ ମହାନଦୀ ସହିତ ସ˚ଯୁକ୍ତ ଥିଲା । ମାତ୍ର ଧୀରେଧୀରେ ଏହା ଅବକ୍ଷୟମୁଖୀ ହେବା ସହ ମହାନଦୀରୁ ବିଚ୍ଛିନ୍ନ ହୋଇଯାଇଛି। କେବଳ ମହନାଦୀର ବନ୍ୟା ସମୟରେ ଏହି ନାଳ ଦ୍ବାରା ଅ˚ଶୁପା ଜଳପୂର୍ଣ୍ଣ ହୋଇଥାଏ। ତେଣୁ ମହାନଦୀର ସ୍ବାଭାବିକ ଜଳ ପ୍ରବାହରେ ବାଧା ଯୋଗୁଁ ଧୀରେଧୀରେ ପୋତି ହୋଇଚାଲିଛି ଅଂଶୁପା। ଏହାର ଜଳଧାରଣ କ୍ଷମତା ଆଶାତୀତ ଭାବେ ହ୍ରାସ ପାଇଛି। ପ୍ରତ୍ୟେକ ବର୍ଷ ଅ˚ଶୁପାକୁ ଦଳମୁକ୍ତ କରିବା ପାଇଁ ଯୋଜନା ହେଉଥିବାବେଳେ ଅଧାରେ କାମ ଅଟକି ଯାଉଥିବାରୁ ଏହା ଦଳମୁକ୍ତ ହେବା ବଦଳରେ ଦଳ ଅଧିକ ମାଡି ଚାଲିଛି।
from Kanak News https://ift.tt/35H3mkP https://ift.tt/3iGglY0
No comments: