କ୍ରିକେଟ ପଡିଆକୁ ଫେରୁଛନ୍ତି ଚାମ୍ପିଅନ୍ : ସନ୍ୟାସରୁ ପ୍ରତ୍ୟାବର୍ତନ ପାଇଁ ବିସିସିଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଯୁବରାଜ ସିଂ, ପଂଜାବ ପାଇଁ ଖେଳିବାକୁ ମାଗିଲେ ଅନୁମତି ; ବିସିସିଆଇର ଉତ୍ତରକୁ ଅପେକ୍ଷା Kanak News
କନକ ବ୍ୟୁରୋ : କ୍ରିକେଟ ଫିଲ୍ଡକୁ ଫେରୁଛନ୍ତି ଚାମ୍ପିଅନ । ପୁଣି କ୍ରିକେଟ ଖେଳିବେ ବାମହାତୀ ଷ୍ଟାଇଲିସ ବ୍ୟାଟ୍ସ ମ୍ୟାନ ଯୁବରାଜ ସିଂହ । ଯୁବି ବିସିସିଆଇର ଅଧକ୍ଷ୍ୟ ସୈାରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି ଅବସରକୁ ଫେରାଇନେବାକୁ ଚାହାନ୍ତି । ନିଜ ରାଜ୍ୟ ପଂଜାବ ତରଫରୁ ପୁଣି ମଇଦାନକୁ ଓହ୍ଲାଇବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ସେ କହିଛନ୍ତି, ଶୁଭମାନ ଗିଲ, ଅଭିଷେକ ଶର୍ମା, ପ୍ରଭାସିମରନ, ଅନମୋଲପ୍ରିତଙ୍କ ଭଳି କିଛି ଯୁବ ଖେଳାଳିଙ୍କ ସହିତ ମୋହାଲି ଗ୍ରାଉଣ୍ଡରେ କିଛି ସମୟ କାଟିଲେ ଏବଂ ଏହା ତାଙ୍କୁ ବେଶ୍ ଆନନ୍ଦ ଦେଲା । ଏହା ସହ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା କଥା ମଧ୍ୟ ଯୁବି କହିଛନ୍ତି । ଏହା ସହ ବହୁ ଦିନ ପରେ ବ୍ୟାଟ ଧରି ପ୍ରଥମ ବେଲ ଖେଳିବା ଭିନ୍ନ ଅନୁଭୂତି ଆଣିଥିଲା । ମିଳିଥିବା ସୂଚନା ଅନୁସାରେ ପଂଜାବ କ୍ରିକେଟ ଆସୋସିଏସନ୍ ଯୁବରାଜଙ୍କୁ ସନ୍ନ୍ୟାସରୁ ଫେରି ଆସିବା ପାଇଁ ଅନୁରୋଧ କରିଥିଲା ।
ରାଜ୍ୟ ପାଇଁ କିଛି ଯୋଗଦାନ କରିପାରେଲେ ତାହା ତାଙ୍କ ପାଇଁ ଗର୍ବର ବିଷୟ ହେବ ବୋଲି ଉଲ୍ଲେଖ କରିଛନ୍ତି ଯୁବରାଜ । ତେବେ ବିସିସିଆଇର ଉତରକୁ ଅପେକ୍ଷା । ଅନୁମତି ମିଳିଲେ ସେ ଟି-ଟ୍ୱେଂଟି ଖେଳିବେ ଏବଂ ପରେ ପରବର୍ତୀ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି । ଯୁବରାଜ ଭାରତ ପକ୍ଷରୁ ୪୦ଟି ଟେଷ୍ଟ, ୩୦୪ଟି ଦିନିକିଆ ଏବଂ ତାହା ସହିତ ୫୮ଟି ଟି-ଟ୍ୱେଂଟି ମ୍ୟାଚ ଖେଳିଛନ୍ତି । ଜଣେ ଦକ୍ଷ ବୋଲର ସହ ଚମକ୍ରାର ଫିଲ୍ଡର ଭାବେ ମଧ୍ୟ ସେ ବେଶ ପରିଚିତ । ଟି-ଟ୍ୱେଂଟି ବିଶ୍ୱକପରେ ମାରିଥିବା ୬ଟି ଛକା ଏବେ ବି ଯୁରାଜଙ୍କୁ କ୍ରିକେଟ ଫ୍ୟାନମାନେ ମନେରଖିଛି ।
from Kanak News https://ift.tt/2GLHkmO https://ift.tt/3hjZys2
No comments: