ଭୁବନେଶ୍ୱରରେ ଠାବ ହେଲା ନକଲି ଇଂଜିନ ଅଏଲ୍ କାରଖାନା : ମାଷ୍ଟର ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କଲା ପୁଲିସ୍; ପୋଡା ମୋବିଲ୍ ଓ କିରୋସିନରେ ପ୍ରସ୍ତୁତ ହେଉଥିଲା  ନକଲି ଇଂଜିନ ଅଏଲ Kanak News

କନକ ବ୍ୟୁରୋ : ଭୁବନେଶ୍ୱରରେ ଠାବ ହେଲା ନକଲି ଇଂଜିନ ଅଏଲ୍ କାରଖାନା । ଆଉ ଏହି କାରବାରରେ ସଂପୃକ୍ତ ଥିବା ମାଷ୍ଟର ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍ । ପୋଡା ମୋବିଲ୍ ଓ କିରୋସିନରେ ପ୍ରସ୍ତୁତ ହେଉଥିଲା  ନକଲି ଇଂଜିନଅଏଲ । ସୂଚନା ଅନୁସାରେ ବାବାଜୀ  ସାହୁଙ୍କ ଇସାରା ଚାଲୁଥିବା ଏହି ପୁରା କାରବାର । ଭୁବନେଶ୍ୱର ଚକେଇସିଆଣୀ ଅଂଚଳରେ ଠାବ ହୋଇଛି ଏହି ନକଲି ଇଂଜିନ୍ ଅଏଲ୍ କାରଖାନା ଠାବ ହୋଇଛି । ପୁଲିସ୍ ଚଢ଼ାଉ ବେଳେ ୬୫ ବ୍ୟାରେଲ୍ କିରୋସିନ୍, ୭୦ ବ୍ୟାରେଲ୍ ପୋଡ଼ା ମୋବିଲ୍, ୨ଟି ଲ୍ୟାପଟପ୍ ଓ ୨ଟି କାଲକୁଲେଟର ଜବତ କରିଛି ପୁଲିସ୍ ।

ସୂଚନା ମୁତାବକ, ବାଇକ୍‌ ଓ କାର୍‌ରେ ବ୍ୟବହୃତ ଲୁବ୍ରିକାଣ୍ଟ ଏଠାରରେ ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଗ୍ୟାରେଜ୍‌ରୁ ଖାଲି ଡବା ସଂଗ୍ରହ କରାଯିବା ସହ ବିଭିନ୍ନ ବ୍ରାଣ୍ଡର ଡବା କଲିକତାରେ ପ୍ରସ୍ତୁତ ହୋଇ ଆସୁଥିଲା। ଏଠାରେ ପୋଡ଼ା ମୋବିଲ ଓ ଟ୍ରାନ୍‌ସ୍‌ଫର୍ମର ଅଏଲ ମିଶ୍ରଣ କରାଯାଇ ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଗ୍ୟାରେଜ୍‌ ସହ ସହବନ୍ଧନ ରହିଥିଲା। ଗ୍ୟାରେଜ୍‌ ମାଲିକ ଏହି ନକଲି ମାଲ୍‌କୁ ଅସଲ ଦରରେ ବିକ୍ରି କରୁଥିଲା। ଗ୍ୟାରେଜ୍‌ର ଆବଶ୍ୟକତା ଅନୁସାରେ ମାଲ୍‌ ପହଞ୍ଚାଇ ଦିଆଯାଉ ଥିଲା। ଭୁବନେଶ୍ବର ସମେତ ଉପକଣ୍ଠରେ ଅଧିକ ପରିମାଣରେ ଏହି ନକଲି ବିକ୍ରି ହେଉଥିଲା। ପୁରୀ, କଟକ ମଧ୍ୟ ପଠା ଯାଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ନେଇ ଅଧିକ ପଚରା ଉଚରା ଚାଲିଛି।


from Kanak News https://ift.tt/3jgvM9s https://ift.tt/3cKstER
ଭୁବନେଶ୍ୱରରେ ଠାବ ହେଲା ନକଲି ଇଂଜିନ ଅଏଲ୍ କାରଖାନା : ମାଷ୍ଟର ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କଲା ପୁଲିସ୍; ପୋଡା ମୋବିଲ୍ ଓ କିରୋସିନରେ ପ୍ରସ୍ତୁତ ହେଉଥିଲା  ନକଲି ଇଂଜିନ ଅଏଲ Kanak News ଭୁବନେଶ୍ୱରରେ ଠାବ ହେଲା ନକଲି ଇଂଜିନ ଅଏଲ୍ କାରଖାନା : ମାଷ୍ଟର ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କଲା ପୁଲିସ୍; ପୋଡା ମୋବିଲ୍ ଓ କିରୋସିନରେ ପ୍ରସ୍ତୁତ ହେଉଥିଲା  ନକଲି ଇଂଜିନ ଅଏଲ Kanak News Reviewed by SUBHENDU BARAL on September 29, 2020 Rating: 5

No comments:

Powered by Blogger.