୨୯ରେ ଉପନିର୍ବାଚନ ତାରିଖ ହୋଇପାରେ ଘୋଷଣା । ରାଜ୍ୟର ୨ ଆସନ ପାଇଁ ହେବ ନିର୍ବାଚନ Kanak News

କନକ ବ୍ୟୁରୋ :  ଆସନ୍ତା ୨୯ ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହି ଦୁଇଟି ଆସନ ସମେତ ଦେଶର ୬୪ଟି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସେହିଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକ ପରେ ଏହି ଘୋଷଣା କରାଯିବ ବୋଲି ଆଲୋଚନା ହେଉଛି।

ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଆରୋରା କହିଛନ୍ତି, ଆସନ୍ତା ୨୯ ତାରିଖ ଦିନ କମିଶନରଙ୍କ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୩ ରୁ ୪ ରାଜ୍ୟମାନଙ୍କର ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରୋଧ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ।

ସମ୍ପୃକ୍ତ ରାଜ୍ୟ ପକ୍ଷରୁ ବିଭିନ୍ନ କାରଣରୁ ଉପନିର୍ବାଚନକୁ ଘୁଞ୍ଚାଇବା ପାଇଁ ଅନୁରୋଧ କରାଯାଇଥିଲା। ଏହାପରେ, ଡେପୁଟି ନିର୍ବାଚନ କମିଶନର ଉମେଶ ସିହ୍ନାଙ୍କ ଦ୍ୱାରା ପ୍ରେସ୍ ବିଜ୍ଞପ୍ତି ଜାରି କରାଯିବ ବୋଲି ଶ୍ରୀ ଅରଡ଼ା ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୨ଟି ବିଧାନସଭା ଆସନ ଖାଲି ପଡ଼ିଛି। ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ପରେ ଏହି ଦୁଇ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।



from Kanak News https://ift.tt/3i0bKOV https://ift.tt/2EESvNu
୨୯ରେ ଉପନିର୍ବାଚନ ତାରିଖ ହୋଇପାରେ ଘୋଷଣା । ରାଜ୍ୟର ୨ ଆସନ ପାଇଁ ହେବ ନିର୍ବାଚନ Kanak News ୨୯ରେ ଉପନିର୍ବାଚନ ତାରିଖ ହୋଇପାରେ ଘୋଷଣା । ରାଜ୍ୟର ୨ ଆସନ ପାଇଁ ହେବ ନିର୍ବାଚନ Kanak News Reviewed by SUBHENDU BARAL on September 25, 2020 Rating: 5

No comments:

Powered by Blogger.