ଦେଶରେ କରୋନାରେ ମୃତ୍ୟୁ ହୋଇଥିବା ପ୍ରତି ତିନି ଜଣରେ ଜଣେ ୨ଜଣ ପୁରୁଷ : ମୃତ୍ୟୁବରଣ କରିଥିବା ୯୦ ପ୍ରତିଶତ ଲୋକଙ୍କ ବୟସ ୪୦ ବର୍ଷରୁ ଅଧିକ; ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଏପର୍ଯ୍ୟନ୍ତ ମହାମାରୀ ନେଲାଣି ୬୫ ହଜାରରୁ ଅଧିକ ଜୀବନ Kanak News
କନକ ବ୍ୟୁରୋ : ଭାରତରେ କୋଭିଡ ଜନିତ ମୃତ୍ୟୁକୁ ନେଇ ଆସିଛି ବଡ ତଥ୍ୟ । ଦେଶରେ କରୋନା ଜନିତ ମୃତ୍ୟୁ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କ ବୟସ ୪୦ ବର୍ଷରୁ ଅଧିକ । ଏହି ମୃତକଙ୍କ ମଧ୍ୟରୁ ଅଣସ୍ତରୀ ପ୍ରତିଶତ ହେଉଛନ୍ତି ପୁରୁଷ । ଏହାର ଅର୍ଥ ପ୍ରତି ୩ ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ମହିଳା । ଜାତୀୟ ଇଂରାଜୀ ଖବରକାଗଜରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ବର୍ତମାନ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬୫ ହଜାର ଅତିକ୍ରମ କରିଛି । ଗତ ଅଗଷ୍ଟ ୨୨ ସୁଦ୍ଧା ସାରା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬ ହଜାର ୨୯୨ ରହିଥିଲା । ତଥ୍ୟ ଅନୁସାରେ ଅଗଷ୍ଟ ୨୨ ସୁଦ୍ଧା ଦେଶରେ ହୋଇଥିବା କରୋନା ମୃତ୍ୟୁ ସଂଖ୍ୟାରେ କେବଳ ୫୬ ହଜାର ୨୯୨ ଜଣ ମୃତକଙ୍କ ବୟସ ରହିଥିଲା ୫୦ରୁ ୭୦ ବର୍ଷ ବୟସ ବର୍ଗର । ୬୧ରୁ ୭୦ ବର୍ଷର ପୁରୁଷ ଓ ମହିଳାଙ୍କ ମୃତ୍ୟୁ ଅଧିକ ରହିଥିଲା ।
ଅଗଷ୍ଟ ମାସ ତୃତୀୟ ସପ୍ତାହ ସୁଦ୍ଧା ୩୮ ହଜାର ୯୭୩ ଜଣଙ୍କ ଜୀବନ ନେଇଥିଲା କରୋନା । ତେବେ ଜାତୀୟ ଇଂରାଜୀ ଖବର କାଗଜରେ ପ୍ରକାଶିତ ରିପୋର୍ଟରେ ଦର୍ଶା ଯାଇଛି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଦେଶରେ କରୋନା ମୃତ୍ୟୁର ତଥ୍ୟରେ ପୁରୁଷ ଓ ବୟସ୍କ ପୁରୁଷଙ୍କୁ ନେଇ ଯେଉଁ ତଥ୍ୟ ଆସିଛି ତାହା ସାଂଘାତିକ । କାରଣ ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ୯୦ ପ୍ରତିଶତଙ୍କ ବୟସ ରହିଛି ୪୦ ବର୍ଷରୁ ଅଧିକ । ଏହା ମଧ୍ୟରୁ ୬୯ ପ୍ରତିଶତ ପୁରୁଷ । ଏହା ହିଁ ସ୍ପଷ୍ଟ କରୁଛି କରୋନା ସଂକ୍ରମଣରେ ମହିଳାଙ୍କ ଅପେକ୍ଷା ପୁରୁଷ ହିଁ ଅଧିକ ଏହି ମାରାତ୍ମକ ଭୂତାଣୁର ଶିକାର ହୋଇଛନ୍ତି । ମହିଳାଙ୍କ ମଧ୍ୟରେ ମୃତ୍ୟୁ ପ୍ରାୟ ସମସ୍ତ କରୋନା ମୃତ୍ୟୁ ସଂଖ୍ୟାର ଏକ ତୃତୀୟାଂଶ ୨୦ ବର୍ଷରୁ କମ୍ ବାଳିକାଙ୍କ ମୃତ୍ୟୁ ସଂଖ୍ୟା ବି ବେଶ୍ କମ୍ ରହିଛି । ୧୦ ବର୍ଷରୁ କମ୍ ପିଲାମାନଙ୍କ ମୃତ୍ୟୁ ସଂଭାବନା ବି କମ୍ ଥିବା ରିପୋର୍ଟରେ ଦର୍ଶା ଯାଇଛି ।
ସେହିପରି ୯୦ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରୁ ୩୦୧ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସର୍ଭେ ତଥ୍ୟରୁ ଜଣାପଡିଛି । ଯାହାକି ମୋଟ୍ ମୃତ୍ୟୁ ସଂଖ୍ୟାହାରର ମାତ୍ର ଶୂନ ଦଶମିକ ୫ ପ୍ରତିଶତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁ ଯାୟୀ ଜୁନ୍ ପର୍ଯ୍ୟନ୍ତ ଏହା ବିଶ୍ୱର ହାରାହାରି ମୃତ୍ୟୁ ହାର ଠାରୁ ବି କମ୍ । ବିଶ୍ୱରେ ୮୫ ବର୍ଷରୁ ଅଧିକ ବୟସ୍କଙ୍କ ମୃତ୍ୟୁ ହାର ୩.୪ ରହିଛି । ଏହି ହାର ଭାରତରେ କିନ୍ତୁ କମ୍ ରହିଛି । କରୋନା ସଂକ୍ରମଣ ପରେ ହୃଦରୋଗ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କିଡନୀ ଜନିତ ରୋଗର ଶିକାର ହୋଇଥିବା ପୁରୁଷ ଏହି ମୃତ୍ୟୁ ତାଲିକାରେ ଅଧିକ ରହିଛନ୍ତି । ଭାରତରେ ଏହି ହାର ଅଧିକ ରହିଛି । ଯାହାକି ବର୍ତମାନର ଚିକିତ୍ସା ପ୍ରଣାଳି ପାଇଁ ବଡ ଆହ୍ୱାନ ହୋଇଛି ।
from Kanak News https://ift.tt/3bfCcT6 https://ift.tt/3fII7S3
No comments: