୩୩ ଘରୋଇ ହସ୍ପିଟାଲ୍‌କୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ : କୋଭିଡ୍ ରୋଗୀଙ୍କ ପାଇଁ ୮୦% ଆଇସିୟୁ ବେଡ୍‌ ସଂରକ୍ଷିତ ରଖ Kanak News

କନକ ବ୍ୟୁରୋ : ଦେଶରେ ସଂକ୍ରମଣ ମାମଲା ବଢ଼ିବା ସହ ହସ୍ପିଟାଲ୍‌ମାନଙ୍କରେ ବେଡ୍‌ର ଅଭାବ ଦେଖାଦେଲାଣି। ଗୁରୁତର କୋଭିଡ୍‌ ରୋଗୀଙ୍କୁ ମଧ୍ୟ ଠିକ୍‌ ଚିକିତ୍ସା ମିଳିପାରୁନି। ବିଭିନ୍ନ ରାଜ୍ୟରେ ବେଡ୍‌ ଅଭାବରୁ ଗୁରୁତର ରୋଗୀଙ୍କ ମୃତ୍ୟୁ ଖବର ମିଳୁଛି। ଦେଶର ରାଜଧାନୀ ଦିଲ୍ଲୀରେ ବି ସମାନ ପରିସ୍ଥିତି। ଦିଲ୍ଲୀ ସରକାର ଦିଲ୍ଲୀରେ ଘରୋଇ ହସ୍ପିଟାଲ୍‌ମାନଙ୍କୁ କୋଭିଡ୍‌ ରୋଗୀଙ୍କ ପାଇଁ ୮୦% ଆଇସିୟୁ ବେଡ୍‌ ସଂରକ୍ଷିତ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଯେଉଁ ହସ୍ପିଟାଲ୍‌ମାନଙ୍କରେ ୫୦ରୁ ଅଧିକ ବେଡ୍‌ ରହିଛି ସେହି ହସ୍ପିଟାଲ୍‌ ମାନଙ୍କୁ କୋଭିଡ୍‌ ରୋଗୀଙ୍କ ପାଇଁ ୨୦% ବେଡ୍‌ ସଂରକ୍ଷିତ ରଖିବା ପାଇଁ ଦିଲ୍ଲୀ ସରକାର ଗତ ମେ’ରେ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଅଧିକାଂଶ ରୋଗୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ଆସୁଥିବାରୁ ସେମାନଙ୍କ ପାଇଁ ବେଡ୍‌ ସଂରକ୍ଷିତ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦିଲ୍ଲୀର କିଛି ହସ୍ପିଟାଲ୍‌ମାନଙ୍କରେ ସମ୍ପୂର୍ଣ୍ଣ ଭାବେ କୋଭିଡ୍‌ ରୋଗୀଙ୍କର ଚିକିତ୍ସା କରାଯାଉଥିବାବେଳେ ଅନ୍ୟ କିଛି ହସ୍ପିଟାଲ୍‌ରେ ୪୦ ପ୍ରତିଶତ ବେଡ୍‌ ‌କୋଭିଡ୍‌ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।



from Kanak News https://ift.tt/3bWPa8M https://ift.tt/3bTI9oU
୩୩ ଘରୋଇ ହସ୍ପିଟାଲ୍‌କୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ : କୋଭିଡ୍ ରୋଗୀଙ୍କ ପାଇଁ ୮୦% ଆଇସିୟୁ ବେଡ୍‌ ସଂରକ୍ଷିତ ରଖ Kanak News ୩୩ ଘରୋଇ ହସ୍ପିଟାଲ୍‌କୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ : କୋଭିଡ୍ ରୋଗୀଙ୍କ ପାଇଁ ୮୦% ଆଇସିୟୁ ବେଡ୍‌ ସଂରକ୍ଷିତ ରଖ Kanak News Reviewed by SUBHENDU BARAL on September 13, 2020 Rating: 5

No comments:

Powered by Blogger.