ଏଲଏସିରେ ବଢ଼ିଲା ଉତ୍ତେଜନା : ସୀମାରେ ପରସ୍ପର ଉପରକୁ ଗୁଳିମାଡ କଲେ ଭାରତୀୟ ଓ ଚୀନ ସେନା; ୧୯୭୫ ପରେ ପ୍ରଥମ ଘଟଣା Kanak News

କନକ ବ୍ୟୁରୋ : ସୀମାରେ ଜାରି ବିବାଦ ଭିତରେ ପୂର୍ବ ଲଦାଖ ସେକ୍ଟରର ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ତେବେ ସେନାର ଶୀର୍ଷ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏଲଏସିରେ ଦୁଇ ଦେଶର ସୈନିକ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ଏବଂ ସ୍ଥିତିକୁ ସାମାନ୍ୟ କରିବା ପାଇଁ ଉଭୟ ଦେଶର ସୈନ୍ୟ ଓ କୁଟନୈତିକ ସ୍ତରରେ ସ୍ଥିତି ଉଦ୍ୟମ ଚାଲିଛି । କିନ୍ତୁ ଏଭଳି ସମୟରେ ଦୁଇ ଦେଶର ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । କୁହାଯାଉଛି ୧୯୭୫ ମସିହା ପରେ ଏହା ପ୍ରଥମ ଘଟଣା । ସୂଚନା ଅନୁସାରେ ଚୀନ ସେନା ଭାରତୀୟ ଅଂଚଳକୁ ଗୁଳିମାଡ କରିଥିଲେ । ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଚୀନ ସେନା ଉପରକୁ ଗୁଳିମାଡ କରିଥିଲେ ।

ଅନ୍ୟପଟେ ଚୀନ ପିପୁଲସ ଲିବରେସନ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣର ପ୍ରବକ୍ତା କର୍ଣ୍ଣଲ ଝାଙ୍ଗ ସୁଇଲି କହିଛନ୍ତି ସୋମବାର ଭାରତୀୟ ସେନା ଅବୈଦ୍ଧ ଭାବେର ଫେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ସୋନପାଓ ପାହାଡରେ ପ୍ରକୃତ ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିଥିଲେ । ଏବଂ ଭାରତୀୟ ସୈନିକମାନେ ସୀମାରେ ଉସକାଇବା ଭଳି କାର୍ଯ୍ୟ କରିଥିଲେ । ଯାହାର ଜବାବ ଦେବାକୁ ଯାଇ ଚୀନ ସେନା ପକ୍ଷରୁ ଗୁଳିମାଡ କରାଯାଇଥିଲା । । ଭାରତୀୟ ସେନାର ସୂଚନା ଅନୁସାରେ ସର୍ତକ କରିବା ପାଇଁ ଗୁଳିମାଡ କରାଯାଇଥିଲା । ଯେବେଠାରୁ ଚୀନ ସେନା କାଲାଟପ୍ ଓ ହେଲମେଟ ଟପ୍କୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଓ ଏହି ଦୁଇ ସ୍ଥାନର ଶିଖର ଅଂଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଆଗକୁ ବଢ଼ୁଛି, ସେବେଠାରୁ ଭାରତୀୟ ସେନା ସତର୍କ ରହିଛି ।



from Kanak News https://ift.tt/3i4ivjE https://ift.tt/339Xi1k
ଏଲଏସିରେ ବଢ଼ିଲା ଉତ୍ତେଜନା : ସୀମାରେ ପରସ୍ପର ଉପରକୁ ଗୁଳିମାଡ କଲେ ଭାରତୀୟ ଓ ଚୀନ ସେନା; ୧୯୭୫ ପରେ ପ୍ରଥମ ଘଟଣା Kanak News ଏଲଏସିରେ ବଢ଼ିଲା ଉତ୍ତେଜନା : ସୀମାରେ ପରସ୍ପର ଉପରକୁ ଗୁଳିମାଡ କଲେ ଭାରତୀୟ ଓ ଚୀନ ସେନା; ୧୯୭୫ ପରେ ପ୍ରଥମ ଘଟଣା Kanak News Reviewed by SUBHENDU BARAL on September 07, 2020 Rating: 5

No comments:

Powered by Blogger.