ରାଜ୍ୟରେ ଏବେ ମୌସୁମୀ ସ୍ଥିତି ଦୁର୍ବଳ ! ୩ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ପାଗ ଖରାଟିଆ ଓ ନିର୍ମଳ ଶୁଖିଲା ରହିବ ଆକାଶ: ବଢ଼ିବ ଦିନର ତାପମାତ୍ରା Kanak News

କନକ ବ୍ୟୁରୋ: ରାଜ୍ୟରେ ଏବେ ମୌସୁମୀ ସ୍ଥିତି ଦୁର୍ବଳ ରହିଛି। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଗ ଖରାଟିଆ ଓ ଆକାଶ ନିର୍ମଳ ରହିବ। ଦିନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ୩ ଦିନ ପରେ ୩୦ ତାରିଖ ବେଳକୁ ରାଜ୍ୟରେ ଝଡ଼ତୋଫାନ ଜନିତ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଆସିଯାଇଛି। ଆକଳନ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ରାଜସ୍ଥାନ ତଥା ଏହାର ସଂଲଗ୍ନ ଅଞ୍ଚଳରୁ ମୌସୁମୀ ଫେରିବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ମୌସୁମୀ ଟ୍ରଫ୍ ଲାଇନ୍ ଏବେ ଗଙ୍ଗାନଗରରୁ ବାହାରି ଉତ୍ତର ବଙ୍ଗୋପସାଗର ପର୍ୟ୍ୟନ୍ତ ବ୍ୟାପିଛି। ଏହା ଦିଘା, ରୋହତମ୍ ଓ ବାରଣାସୀ ମଧ୍ୟ ଦେଇ ଗତି କରୁଛି। ଗତକାଲିର ଟ୍ରଫ୍ ଲାଇନ୍ ଏବେ ପୂର୍ବ ବିହାର ଓ ସଂଲଗ୍ନ ସବ୍ହିମାଳୟାନ୍ ପଶ୍ଚିମବଙ୍ଗ ଓ ସିକିମ୍ ଅଞ୍ଚଳରୁ ବାହାରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଯାଏ ବ୍ୟାପିଛି। ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ମଧ୍ୟ ଦେଇ ଗତି କରୁଛି ଓ ସମୁଦ୍ର ପତ୍ତନଠାରୁ ୩.୧ କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଛି। ଫଳରେ ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏବେ ମୌସୁମୀ ଦୁର୍ବଳ ରହିଥିବାରୁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୩ ଦିନରେ ଦିନର ତାପମାତ୍ରା ବୃଦ୍ଧି ପାଇବ। ୩୦ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବ। ଏଥିପାଇଁ ଜିଲ୍ଲାଗୁଡ଼ିକରେ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
from Kanak News https://ift.tt/2ECPE7y https://ift.tt/3jmF0Bf
No comments: