ନୂଆଦିଲ୍ଲୀ ୧୪।୦୯: ଆଜିଠୁ ଆରମ୍ଭ ହେବେ ସଂସଦର ମୌସୁମୀ ଅଧିବେଶନ। ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ। ଏଥର ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟ ଦିବସ ରହିବ। ମୌସୁମୀ ଅଧିବେଶନରେ ୪୫ଟି ବିଲ୍, ଦୁଇଟି ଆର୍ଥିକ ବିଲ୍ ମୋଟ ୪୭ଟି ବିଲ ପାରିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ମୌସୁମୀ ଅଧିବେଶନ ଦୁଇଟି ସିଫ୍ଟରେ ହେବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ରାତି ୭ଟା ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ସିଫ୍ଟର ଅବଧି ରହିବ ୪ ଘଣ୍ଟା। ଆଜି ସକାଳ ବେଳା କେବଳ ଲୋକସଭା ବସିବ। ପ୍ରଥମ ଦିନକୁ ବାଦ୍ ଦେଲେ ଅକ୍ଟୋବର ୧ ଯାଏଁ ସକାଳେ ରାଜ୍ୟସଭା ଓ ଅପରାହ୍ନରେ ଲୋକସଭାରେ ମୌସୁମୀ ଅଧିବେଶନ ଚାଲିବ । ଏଥର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନି କି ପ୍ରାଇଭେଟ ମେମ୍ବର୍ସ ବିଲ୍ ରହିବନି। ଜିରୋ ଆୱାରକୁ ସିମୀତ କରାଯିବ। କୌଣସି ବ୍ରେକ୍ ରହିବନି। ଶନିବାର ଓ ରବିବାରରେ ମଧ୍ୟ ଚାଲିବ ମୌସୁମୀ ଅଧିବେଶନ।
କରୋନା ସଂକ୍ରମଣକୁ ରୋକିବାକୁ ଲାଗି କେତେଗୁଡିଏ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ସାଂସଦଙ୍କ କୋଭିଡ ପରୀକ୍ଷା ହେବ। ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ସାଂସଦମାନେ ଆରଟି ପିସିଆର ଟେଷ୍ଟ କରାଇନେବାକୁ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତ୍ବ ନିୟମ ପାଳନ କରି ସାଂସଦମାନଙ୍କର ବସିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାଂସଦମାନଙ୍କର ବସିବାର ସୁବିଧା ଲାଗି ଏଥର ରାଜ୍ୟସଭା ଓ ଲୋକସବାରେ ଚାମ୍ବର୍ସ ଓ ଗ୍ୟାଲେରିର ଉପଯୋଗ କରାଯିବ ।
from Prameya News7 https://ift.tt/33kZ3ck

No comments: