ମେଷ – ଆଜି ତିନୋଟି କେନ୍ଦ୍ରରେ ଗ୍ରହଙ୍କ ଅବସ୍ଥିତି ହେତୁ କାମ ଗୁଡିକ ଧିର ଗତିରେ ଲକ୍ଷ୍ୟସ୍ଥଳକୁ ନେବାରେ ସାହାଯ୍ୟ କରିବେ । ପାରିବାରିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ । ଶୁଭ ରଙ୍ଗ ହଳଦିଆ। ଶୁଭ ଅଙ୍କ ୮ ।
ବୃଷ – ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ । ଘରେ ବନ୍ଧୁ ମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନକୁ ଖୁସୀ ହୋଇଯିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
ମିଥୁନ – ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃୃଷ୍ଟି ହୋଇପାରିବ । ଦୀର୍ଘଦିନର ବକେୟା ପାଇପାରନ୍ତି କିମ୍ବା ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ମଧ୍ୟ ଲାଭାନ୍ୱିତ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।
କର୍କଟ – ଗତକାଲି ଠାରୁ ଅଟକି ରହିଥିବା କାମଗୁଡିକ ଆଜି ସୁବିଧାରେ ହୋଇଯିବ । ପାରିବାରରେ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ସାମୟିକ ଅସନ୍ତୁଷ୍ଟ ରହିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ସିଂହ – ବନ୍ଧୁମାନଙ୍କ ପ୍ରେରଣା ପାଇଲେ ମଧ୍ୟ ମନରେ ସକାରାତ୍ମକ ଭାବ ଉଦ୍ରେକ ହେବ ନାହିଁ । ସାମାଜିକ ସ୍ତରରେ ସାଧାରଣ ସ୍ୱାର୍ଥକୁ କେନ୍ଦ୍ର କରି ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
କନ୍ୟା – ଆନୁସଙ୍ଗିକ ସାହାଯ୍ୟ ଓ ସହଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ ମଧ୍ୟ ପ୍ରାଥମିକ ଅବସ୍ଥାରେ କିଛିଟା ବ୍ୟତିକ୍ରମ ଦେଖା ଦେଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
ତୁଳା – ଯାହା ଓ ଯେତିକି ପାଇବା କଥା ସେଥିପାଇଁ ଆପଣଙ୍କୁ ପ୍ରବଳ ସଂଘର୍ଷ କରିବାକୁ ପଡିପାରେ । ପାରିବାରିକ କ୍ଷେତ୍ରରେ କୌଣସି ଅସୁବିଧା ନ କଲେ ମଧ୍ୟ ଆର୍ଥିକ କ୍ଷତି ଘଟାଇ ପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ବିଛା – କୌଣସି କ୍ଷେତ୍ରରେ ବିବାଦ ଆଗକୁ ନ ବଢାଇ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବା ଭଲ ହେବ । ପାରିବାରିକ ସମସ୍ୟାର ସରଳ ସମାଧାନ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଧନୁ – ଆପଣଙ୍କର ସୁସ୍ଥ ମାନସିକ କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ । ବନ୍ଧୁମାନଙ୍କ ଗ୍ରହଣରେ ଅପ୍ରିୟସତ୍ୟ କହିବା କାରଣରୁ ବନ୍ଧୁଙ୍କ ସହ ସମ୍ପର୍କ ହାନୀ ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି । ଶୁଭ ରଙ୍ଗ ହଳଦିଆ । ଶୁଭ ଅଙ୍କ ୮ ।
ମକର – ସହନଶୀଳତା ଗୁଣରୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍ ଠିକ୍ ହୋଇଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।
କୁମ୍ଭ – ଆଜି ଯେଉଁ କାମ କଲେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡିବ । ପରିବର୍ତ୍ତିତ ସମୟକୁ ଆଖି ଆଗରେ ରଖି କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଷ୍ପତ୍ତି ନେବା ଠିକ୍ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ମୀନ – ଆଜିର ସାଂସ୍କୃତିକ ଅନୁଷ୍ଠାନରେ ପ୍ରଶଂସନୀୟ କାମକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁଁ ଚିନ୍ତିତ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
from Prameya News7 https://ift.tt/2Fm31cw
No comments: