ପାରିବାରିକ କଳହ ନେଲା ଜୀବନ, ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀର ମୄତ୍ୟୁ

ପାରାଦୀପ ୧।୧୦: କୁଜଙ୍ଗ ଥାନା ମଙ୍ଗରାଜପୁର ପଞ୍ଚାୟତ ହସିଣା (ଖ) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀର ମୄତ୍ୟୁ ଘଟିଛି । ଘଟମାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ ବୁଧାବାର ରାତିରେ ହସିଣା (ଖ) ଗ୍ରାମରେ ରହୁଥିବା ମେଘନାଦ ତରାଇଙ୍କର କୌଣସି କାରଣକୁ ନେଇ ସ୍ତ୍ରୀ ପାର୍ବତୀ ତରାଇଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ତେବେ ଉଭୟଙ୍କ ଭିତରେ ପାଟିତୁଣ୍ଡ ଏତେ ତୀବ୍ର ହୋଇଥିଲା ଯେ ସ୍ବାମୀ ମେଘନାଦ ଏକ କଟୁରୀ ସାହାଯ୍ୟରେ ପାର୍ବତୀଙ୍କ ମୁଣ୍ଡରେ ଚୋଟ ପକାଇ ଥିଲେ । ଯାହା ଫଳରେ ଘଟଣାସ୍ଥଳରେ ପାର୍ବତୀଙ୍କ ମୄତ୍ୟୁ ହୋଇଥିଲା । ଘଟଣା ପରେ ସ୍ବାମୀ ମେଘନାଦ ତରାଇକୁ କୁଜଙ୍ଗ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି ।



from Prameya News7 https://ift.tt/2HP5jlH
ପାରିବାରିକ କଳହ ନେଲା ଜୀବନ, ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀର ମୄତ୍ୟୁ ପାରିବାରିକ କଳହ ନେଲା ଜୀବନ, ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀର ମୄତ୍ୟୁ Reviewed by SUBHENDU BARAL on September 30, 2020 Rating: 5

No comments:

Powered by Blogger.