ବର୍ଷାଦିନେ ବି ଆଦିବାସୀ ଗାଁରେ ପାଣି ସଙ୍କଟ, ଚୁଆ ପାଣି ଭରସା


ନୀଳଗିରି ୨୫।୯: ସାଧାରଣତଃ ଖରାଦିନରେ ପାଣି ସଂକଟ ଦେଖାଦେଇଥାଏ। ହେଲେ ବର୍ଷା ଦିନରେ ପାଣି ସଙ୍କଟ କଥା ଶୁଣିଲେ ଅବିଶ୍ୱାସ ଲାଗିଲେ ବି ନିରାଟ ସତ । ଏଭଳି ଘଟଣା ନୀଳଗିରି ବ୍ଲକ ଅଧିନ ଧୋବଶିଳା ପଂଚାୟତ ଚଲଣାପାଳ ଆଦିବାସୀ ଗାଁରେ ଦେଖିବାକୁ ମିଳିଛି ।

ଏହି ଗାଁରେ ଶତାଧିକ ପରିବାର ବସବାସ କରୁଛନ୍ତି । ପାନୀୟ ଜଳ ପାଇଁ ନଳକୂପ ଥିଲେ ମଧ୍ୟ ସେ ମଧ୍ୟରୁ ତିନୋଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ଗୋଟିଏ ନଳକୂପରୁ ପାଣି ବାହରୁଥିଲେ ମଧ୍ୟ ତାହା ପିଇବା ଉପଯୋଗ୍ୟ ନୁହଁ । ଫଳରେ ଏକ କୂଅରେ ପରିଷ୍କାର ପାଣି ନଥିବା ସତ୍ବେ ତାହାକୁ ବ୍ୟବହାର କରୁଛନ୍ତି। ଆଉ କେହି କେହି ଗାଁର ତଳମୁଣ୍ଡରେ ପୋଖରୀ ନିକଟରେ ଏକ ଚୁଆ ତାଡି ସେହି ପାଣିକୁ ବ୍ୟବହାର କରୁଛନ୍ତି । ଫଳରେ ଅନେକ ପିଲାଛୁଆ ଝାଡ଼ାବାନ୍ତିରେ ପଡୁଥିବା କୁହାଯାଇଛି।

ଏହି ସମସ୍ୟା ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳିପାରିନଥିବା ଅଭିଯୋଗ ହୋଇଛି। ପାଣି ସମସ୍ୟା ପାଇଁ ଗାଁରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସମସ୍ୟାର ସମାଧନ ନହେଲେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ବୁଧବାର କିଛି ଗ୍ରାମବାସି ମାନେ ନୀଳଗିରି ବିଡ଼ିଓଙ୍କୁ ଭେଟି ପ୍ରତିକାର ପାଇଁ ଏକ ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି।



from Prameya News7 https://ift.tt/306nJUZ
ବର୍ଷାଦିନେ ବି ଆଦିବାସୀ ଗାଁରେ ପାଣି ସଙ୍କଟ, ଚୁଆ ପାଣି ଭରସା ବର୍ଷାଦିନେ ବି ଆଦିବାସୀ ଗାଁରେ ପାଣି ସଙ୍କଟ, ଚୁଆ ପାଣି ଭରସା Reviewed by SUBHENDU BARAL on September 24, 2020 Rating: 5

No comments:

Powered by Blogger.