ନାବାଳିକା ଗଣଦୁଷ୍କର୍ମ ମାମଲା : କମିଶନରେଟ୍‌ ପୋଲିସକୁ ରିପୋର୍ଟ ତଲବ କଲେ ଶିଶୁ- ମହିଳା ଆୟୋଗ , ସେପଟେ ସମସ୍ତ ଅଭିଯୁକ୍ତ ଫେରାର

ଭୁବନେଶ୍ୱର ୦୭।୦୯: ରାଜଧାନୀରେ ଲକଲାଉନ୍ ବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ଆଜିଠୁ ମାମଲାର ତଦନ୍ତ ଆରମ୍ଭ କରିବ ୩ ଜଣିଆ ତଦନ୍ତକାରୀ ଟିମ୍ । ତେବେ ଘଟଣାକୁ ୪ମାସରୁ ଅଧିକ ସମୟ ବତିଥିବାରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପୋଲିସ ପାଇଁ କାଠିକର ପାଠ ହେବ ବୋଲି ଆଶଙ୍କା କରାଯାଉଛି ।

ସେପଟେ ଘଟଣାକୁ  ନିନ୍ଦା କରିବା ସହ କମିଶନରରେଟ୍ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି ମହିଳା ଓ ଶିଶୁ ଅଧିକାର ସୁରକ୍ଷା କମିଶନ୍ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସବିଶେଷ ରିପୋର୍ଟ ଦେବାକୁ ଭୁବନେଶ୍ବର ଡି.ସି.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତଦନ୍ତକୁ ଅନୁଧ୍ୟାନ କରିବା ସହ ଏଥିରେ ଅବହେଳା ହେଲେ ଡିଜିପିଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଅଭିଯୋଗକୁ ୬ଦିନ ପୂରିଥିଲେ ମଧ୍ୟ, ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ । ଘଟଣାରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ କର୍ମଚାରୀ, ୨ଜଣ ସିକ୍ୟୁରିଟି ଗାର୍ଡ଼, ଜଣେ ପୋଲିସ ସୁବେଦାର ଏବଂ ତାଙ୍କର ୨ ସହଯୋଗୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତମାନେ ସଂପୃକ୍ତ ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ଅନେକ ଦିନ ପର୍ଯ୍ୟନ୍ତ ଭୟରେ ମୁହଁ ଖୋଲିନଥିଲେ ପୀଡ଼ିତା । ବିଳମ୍ବରେ ହେଉ ପଛକେ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଜହ୍ଲାଦମାନଙ୍କୁ ତୁରନ୍ତ ଗିରଫ କରିବା ଜରୁରୀ ହୋଇପଡ଼ିଛି ।



from Prameya News7 https://ift.tt/3i9gkLC
ନାବାଳିକା ଗଣଦୁଷ୍କର୍ମ ମାମଲା : କମିଶନରେଟ୍‌ ପୋଲିସକୁ ରିପୋର୍ଟ ତଲବ କଲେ ଶିଶୁ- ମହିଳା ଆୟୋଗ , ସେପଟେ ସମସ୍ତ ଅଭିଯୁକ୍ତ ଫେରାର ନାବାଳିକା ଗଣଦୁଷ୍କର୍ମ ମାମଲା : କମିଶନରେଟ୍‌ ପୋଲିସକୁ ରିପୋର୍ଟ ତଲବ କଲେ ଶିଶୁ- ମହିଳା ଆୟୋଗ , ସେପଟେ ସମସ୍ତ ଅଭିଯୁକ୍ତ ଫେରାର Reviewed by SUBHENDU BARAL on September 06, 2020 Rating: 5

No comments:

Powered by Blogger.