୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସି.ଆର୍.ପି.ଏଫ୍ ଯବାନ

ମାଲକାନଗିରି ୧୬।୦୯: ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସି.ଆର୍.ପି.ଏଫ୍ ଯବାନ । ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନଷ୍ଟ କରିଛନ୍ତି ସୁରକ୍ଷାକର୍ମୀ ।

ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲା ମୁରଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନକୁ ଠାବ କରିବା ସହ ଏହାକୁ ନିଷ୍କ୍ରିୟ କରିଦେଇଛନ୍ତି ମାଓ ଅପରେସନରେ ନିୟୋଜିତ ସି.ଆର୍.ପି.ଏଫ୍ ଯବାନମାନେ ।

୫ କିଲୋ ଓଜନର ଏହି ଲ୍ୟାଣ୍ଡମାଇନକୁ ନଷ୍ଟ କରିଦିଆଯାଇଛି । ଠିକ୍ ସମୟରେ ଯଦି ଏହାକୁ ଠାବ କରାଯାଇନଥାନ୍ତା ତାହେଲେ ହୁଏତ, ଏହା ସାଧାରଣ ଲୋକ କିମ୍ବା ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ।



from Prameya News7 https://ift.tt/3kkPssJ
୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସି.ଆର୍.ପି.ଏଫ୍ ଯବାନ ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସି.ଆର୍.ପି.ଏଫ୍ ଯବାନ Reviewed by SUBHENDU BARAL on September 15, 2020 Rating: 5

No comments:

Powered by Blogger.