ଘରେ ପଶି ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା, ପୋଲିସର ଛାନ୍‌ଭିନ୍‌

ଭଞ୍ଜନଗର ୧୩।୦୯: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମଳାସ ପଦର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।  ଘରେ ପଶି ମହିଳାଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକଙ୍କ ନାମ ଜ୍ୟୋଛନାରାଣୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଭଞ୍ଜନଗର ଥାନା ଅନ୍ତର୍ଗତ ମଳାସ ପଦର ଛକ ନିକଟରେ ଜଣେ ମହିଳା ରହୁଆସୁଥିଲା । ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି । ଘଟଣାର ଖବର ପାଇ ଭଞ୍ଜନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।



from Prameya News7 https://ift.tt/2FpWcqr
ଘରେ ପଶି ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା, ପୋଲିସର ଛାନ୍‌ଭିନ୍‌ ଘରେ ପଶି ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା, ପୋଲିସର ଛାନ୍‌ଭିନ୍‌ Reviewed by SUBHENDU BARAL on September 12, 2020 Rating: 5

No comments:

Powered by Blogger.