ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୧୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ


ଭୁବନେଶ୍ୱର ୧୪।୦୯: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୪ରେ ଶେଷ ହେବ । ପରୀକ୍ଷା ଦେବେ ମୋଟ ୩୫ ହଜାର ୫୮୮ ଛାତ୍ରଛାତ୍ରୀ । ମାଟ୍ରିକ ସପ୍ଲିମେଣ୍ଟାରୀ ପାଇଁ ୧୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଓପନ୍ ପରୀକ୍ଷା ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ସୂଚନା ଦେଇଛନ୍ତି ।

୨୨ହଜାର ୬ଶହ ୪୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିବା ବେଳେ ୧୨ହଜାର ୯ଶହ ୩୯ଜଣ ପରୀକ୍ଷାର୍ଥୀ ଓପନ୍ ସ୍କୁଲ ପରୀକ୍ଷା ଦେବେ । ଚଳିତ ବର୍ଷ ଶହେ ମାର୍କ ବଦଳରେ ପ୍ରତି ବିଷୟରେ ୮୦ ନମ୍ବରର ପରୀକ୍ଷା କରାଯିବ । ପୂର୍ବାହ୍ନ ୧୦ଟା ବେଳେ ପରୀକ୍ଷା ଆରମ୍ଭ ହେବ । କୋଭିଡ-19 ଗାଇଡ଼ଲାଇନ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପରୀକ୍ଷା ସୁପରିଚାଳନା ପାଇଁ ପୋଲିସ ସୁରକ୍ଷା କର୍ମୀ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ରହିବେ। ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ ।



from Prameya News7 https://ift.tt/32q5MlW
ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୧୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୧୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ Reviewed by SUBHENDU BARAL on September 13, 2020 Rating: 5

No comments:

Powered by Blogger.