କରୋନା କଟକଣା : ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏଁ ଖୋଲା ରହିବ ପଟ୍ଟାମୁଣ୍ଡାଇ ବଜାର

ପଟ୍ଟାମୁଣ୍ଡାଇ ୧।୧୦: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ବଜାର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି ।

ତେବେ ଆଜିଠାରୁ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ପଟ୍ଟାମୁଣ୍ଡାଇ ବଜାର । ୨ଟା ପରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବଜାରର ବିଭିନ୍ନ ସଂଗଠନ । କରୋନା ସଂକ୍ରମଣ ବଢ଼ୁଥିବାରୁ ବ୍ୟବସାୟୀମାନେ ଏହି ନିଷ୍ପତ୍ତି ନେଇଛନ୍ତି ।



from Prameya News7 https://ift.tt/2Gdhvfq
କରୋନା କଟକଣା : ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏଁ ଖୋଲା ରହିବ ପଟ୍ଟାମୁଣ୍ଡାଇ ବଜାର କରୋନା କଟକଣା : ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏଁ ଖୋଲା ରହିବ ପଟ୍ଟାମୁଣ୍ଡାଇ ବଜାର Reviewed by SUBHENDU BARAL on September 30, 2020 Rating: 5

No comments:

Powered by Blogger.