ଭୁବନେଶ୍ବର ୧।୧୦: ଭୁବନେଶ୍ବର ଇନ୍ଫୋସିଟି ଥାନା ଅନ୍ତର୍ଗତ ପଟିଆ କାନନବିହାର ଅଞ୍ଚଳରୁ ଧରା ପଡିଲେ ଲୁଟେରା ଗ୍ୟାଙ୍ଗ । ବାଇକ୍ ଚୋରି କରୁଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗ ଧରାପଡିଥିବା ଜଣାପଡିଛି । ଲୁଟେରାମାନଙ୍କୁ ନିର୍ଘାତ ମାଡ଼ ମାରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଲୁଟ୍ ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।
ଲକ୍ ଡାଉନ୍ ସମୟରେ ବିଭିନ୍ନ ଲୁଟେରା ଗ୍ୟାଙ୍ଗ୍ ଏବଂ ଅପରାଧୀମାନେ ବେଶ୍ ସକ୍ରିୟ ହୋଇପଡିଛନ୍ତି । ବିଭିନ୍ନ ସ୍ଥାନରେ ଲୁଟ୍ ତରାଜ ଘଟଣା ଅନେକ ସମୟରେ ଘଟୁଛି । ଅପରାଧୀମାନେ ମଧ୍ୟ ଅପରାଧ ଘଟାଇ ଚାଲିଛନ୍ତି । ଏହି ସମୟରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
from Prameya News7 https://ift.tt/2SfXbMI
ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ, ବାଇକ୍ ଚୋରି କରୁଥିବା ବେଳେ ଧରିଲେ ଲୋକେ
Reviewed by SUBHENDU BARAL
on
September 30, 2020
Rating:

No comments: