ବିଧାନସଭା ପୂର୍ବରୁ କୋଭିଡ୍ ଟେଷ୍ଟ, ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା

ଭୁବନେଶ୍ବର ୨୬।୯: ଆସନ୍ତା ୨୯ ତାରିଖରୁ ବିଧାନସଭା ଅଧିବେଶନ । ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । ତିନି ଦିନ ଧରି ହେବାକୁ ଥିବା କରୋନା ପରୀକ୍ଷା ପାଇଁ ବିଏମସି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏହି ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା ହେବ। ଏହିପରି ପ୍ରାୟ ୯୫୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦିନ ୪୦୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କର କରୋନା ପରୀକ୍ଷା ହେବ।

ରବିବାର ଓ ସୋମବାର ମନ୍ତ୍ରୀ, ବିଧାୟକ, ସେମାନଙ୍କ ପିଏସଓ ଓ ଡ୍ରାଇଭରଙ୍କ ପରୀକ୍ଷା ହେବ। ରବିବାର ୩୦୦ ଜଣଙ୍କର, ସୋମବାର ପ୍ରାୟ ୨୫୦ ଜଣ କିମ୍ବା ବଳକା ଲୋକଙ୍କର କରୋନା ପରୀକ୍ଷା ହେବ। ଏଥିପାଇଁ ୭ଟି ଟିମ୍  ଗଠନ ହୋଇଛି । ଏହି ଟିମ୍  ଶନିବାର ଦୁଇ ଓଳି କରୋନା ନମୁନା ସଂଗ୍ରହ କରିବେ, ବାକି ଦୁଇଦିନ ଗୋଟିଏ ଓଳି ନମୁନା ସଂଗ୍ରହ ହେବ । ସମସ୍ତ ନମୁନା ରାପିଡ୍  ଆଣ୍ଟିଜେନ୍  ପରୀକ୍ଷା ପାଇଁ ସଂଗ୍ରହ ହେବ। ସୋମବାର ଅପରାହ୍ନରେ ବିଧାନସଭା ପରିସରକୁ ବିଶୋଧନ କରାଯିବ। ଏହାପରେ ୨୯ତାରିଖରୁ ବିଧାନସଭା ବସିବ।

ଏହି ସମୟରେ ଯଦି କାହାର ଜରୁରୀ ଆବଶ୍ୟକ ପଡ଼େ ତେବେ ସେମାନେ ପରୀକ୍ଷା କରିପାରିବେ। ଏଥିଲାଗି ବିଧାନସଭା ପରିସରରେ ଗୋଟିଏ ଟେଷ୍ଟିଂ ଟିମ୍ ରହିବ। ଏହି ଟିମ୍  ଆଣ୍ଟିଜେନ୍  ଟେଷ୍ଟ କରି ସଙ୍ଗେସଙ୍ଗେ ରିପୋର୍ଟ ପ୍ରଦାନ କରିବ। ସେହିପରି ବିଧାନସଭା ଚାଲିବାର ୫ଦିନ ପରେ ସମସ୍ତଙ୍କର ଆରଟି-ପିସିଆର୍ ଟେଷ୍ଟ ହେବ। ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ଅଧିବେଶନ ବେଳେ ସାମଜିକ ଦୂରତ୍ବ ନିୟମଙ୍କୁ କଡାକଡି ପାଳନ କରାଯିବ । ଏଥିପାଇଁ ସଦସ୍ୟଙ୍କ ବସିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ଦୈନିକ ସାଢେ ୪ ଘଣ୍ଟା ଚାଲିବ ବିଧାନସଭା ମୈସୁମୀ ଅଧିବେଶନ । ପ୍ରଥାମାର୍ଦ୍ଧ ସାଢେ ୧୦ଟାରୁ ଦିନ ୧ଟା  ଏବଂ ଦ୍ବିତୀୟାର୍ଦ୍ଧ ଅପରାହ୍ନ ୩ଟାରୁ ୫ଟା ଯାଏଁ ଚାଲିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ୨୯ ତାରିଖରେ ଶୋକ ପ୍ରସ୍ତାବରୁ ଆରମ୍ଭ ହେବ ଗୃହ କାର୍ଯ୍ୟ। ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ଅଧିବେଶନ ଅକ୍ଟୋବର ୭ ଯାଏଁ ଚାଲିବ ।



from Prameya News7 https://ift.tt/2G7xWcX
ବିଧାନସଭା ପୂର୍ବରୁ କୋଭିଡ୍ ଟେଷ୍ଟ, ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା ବିଧାନସଭା ପୂର୍ବରୁ କୋଭିଡ୍ ଟେଷ୍ଟ, ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା Reviewed by SUBHENDU BARAL on September 25, 2020 Rating: 5

No comments:

Powered by Blogger.