‘ଘରଠୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା କରନ୍ତୁ ନାହିଁ’ Rajalaxmi Sahoo

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଯେଉଁଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତାକୁ ନେଇ ଏବେ ଚିନ୍ତା ବଢ଼ିଛି।  ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି।

ଘର ଠାରୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା ନ କରିବାକୁ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି। କରୋନା ସଂକ୍ରମଣକୁ ନେଇ ଜିଲ୍ଲାପାଳ ଏହି ନିବେଦନ କରିଥିବା ଜଣାପଡ଼ିଛି।

ଏଥିସହ ଜ୍ୱର, କାଶ, ଅଣନିଶ୍ୱାସୀ ଓ ଝାଡାବାନ୍ତି ଭଳି ଲକ୍ଷଣ ଦେଖାଦେଲେ ଏହାକୁ ନ ଲୁଚାଇ ତୁରନ୍ତ ନିକଟତମ ଆଶାକର୍ମୀଙ୍କୁ ଜଣାଇବାକୁ କୁହାଯାଇଛି। ଯଦି କେହି କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି, ତା’ହେଲେ ସେ ସମ୍ପର୍କିତ ତଥ୍ୟ ମଧ୍ୟ ନ ଲୁଚାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ, ବ୍ରହ୍ମପୁରରେ ୪ ଦିନିଆ ସଟ୍‌ଡାଉନ୍‌ର ଆଜି ତୃତୀୟ ଦିନ। ‌ଆସନ୍ତା ୩୦ତାରିଖ ଯାଏ ଏହି ସଟ୍‌ଡାଉନ୍‌ ବଳବତ୍ତର ରହିବ। ଏଥିପାଇଁ ସହରର ସବୁ ମୁଖ୍ୟ ରାସ୍ତାକୁ ସିଲ୍ କରାଯାଇଛି। ୭୦ଟି ହେଲ୍‌ଥ୍‌ ଟିମ୍ ଘର ଘର ବୁଲି କଣ୍ଟାକ୍ଟସ୍‌ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟିନ୍ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ସେହିପରି ଦିଗପହଣ୍ଡି ସିଦ୍ଧେଶ୍ୱର ପଞ୍ଚାୟତକୁ ରବିବାରଠୁ ୭ ଦିନ ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

The post ‘ଘରଠୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା କରନ୍ତୁ ନାହିଁ’ appeared first on OTV Khabar..



from OTV Khabar. https://ift.tt/3g97axu
‘ଘରଠୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା କରନ୍ତୁ ନାହିଁ’ Rajalaxmi Sahoo ‘ଘରଠୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା କରନ୍ତୁ ନାହିଁ’ Rajalaxmi Sahoo Reviewed by SUBHENDU BARAL on June 28, 2020 Rating: 5

No comments:

Powered by Blogger.