ସାରା ଦେଶକୁ ଛୁଇଁଲା ମୌସୁମୀ Rajalaxmi Sahoo

ନୂଆଦିଲ୍ଲୀ: ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଛି। ଗତକାଲି ରାଜସ୍ଥାନ, ହରିଆଣା ଓ ପଞ୍ଜାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ସହ ସାରା ଦେଶକୁ ମୌସୁମୀ ଛୁଇଁଛି।

ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଆଗୁଆ ପହଞ୍ଚିଛି। ଏହାପୂର୍ବରୁ ୨୦୧୩ରେ ମୌସୁମୀ ଜୁନ୍ ୧୬ରେ ପହଞ୍ଚିଥିଲା।

ସୂଚନାଥାଉ କି, ଚଳିତ ବର୍ଷ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି। ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍‌’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍‌ ୧ରୁ-୫ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଏଥର ମଧ୍ୟ ଠିକ୍ ସମୟରେ ଅର୍ଥାତ ଜୁନ୍‌ ପହିଲାରେ ହିଁ କେରଳକୁ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

The post ସାରା ଦେଶକୁ ଛୁଇଁଲା ମୌସୁମୀ appeared first on OTV Khabar..



from OTV Khabar. https://ift.tt/2Ac83WK
ସାରା ଦେଶକୁ ଛୁଇଁଲା ମୌସୁମୀ Rajalaxmi Sahoo ସାରା ଦେଶକୁ ଛୁଇଁଲା ମୌସୁମୀ Rajalaxmi Sahoo Reviewed by SUBHENDU BARAL on June 26, 2020 Rating: 5

No comments:

Powered by Blogger.