କଟକ: କଟକ ମୁଣ୍ଡଳୀ ଠାରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ମଧ୍ୟ ରାତିରୁ ଏହି ବନ୍ୟା ଜଳ ପ୍ରବାହିତ ହେବାର ଲାଗିଛି।
ହୀରାକୁଦ ଡ୍ୟାମ୍ର ୧୫ଟି ଗେଟ୍ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।
ମୁଣ୍ଡଳୀ ବ୍ୟାରେଜର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ରହିଛି। ତେବେ ଏହା ବିପଦ ସଙ୍କେତର ବହୁ ତଳେ ରହିଛି। ଏଠାରେ ବିପଦ ସଙ୍କେତ ୯୭ ଫୁଟ ରହିଛି।
The post ମୁଣ୍ଡଳୀରେ ପହଞ୍ଚିଲା ମହାନଦୀର ବନ୍ୟାଜଳ appeared first on OTV Khabar..
from OTV Khabar. https://ift.tt/2YJ0WyB
ମୁଣ୍ଡଳୀରେ ପହଞ୍ଚିଲା ମହାନଦୀର ବନ୍ୟାଜଳ Rajalaxmi Sahoo
Reviewed by SUBHENDU BARAL
on
June 27, 2020
Rating:
No comments: