ସ୍ନାନମଣ୍ଡପରେ ଶେଷ ହେଲା ମଙ୍ଗଳଆଳତି, ଅବକାଶ ନୀତି Minati Mishra

ପୁରୀ: ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ ।  ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ । ସେଥିପାଇଁ ଆଧାତ୍ମିକମୟ ହୋଇଛି ଶ୍ରୀକ୍ଷେତ୍ର। ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର।  ଆଜି ମହାପ୍ରଭୁଙ୍କ ସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି।

ରାତିରେ ମଙ୍ଗଳାର୍ପଣ ଶେଷ ପରେ ଶ୍ରୀଜିଉଙ୍କ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇଥିଲା। ତା‘ ପରେ ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ ରତ୍ନବେଦିରୁ ଓହ୍ଲାଇ ଆସିଥିଲେ। ତା‘ପରେ ପ୍ରଭୁ ବଳଭଦ୍ର ଏବଂ ପରେ ପରେ ଶ୍ରୀ ଜଗନ୍ନାଥଙ୍କୁ ଦଇତାପତି ସେବକମାନେ ଧାଡ଼ି ପହଣ୍ଡିରେ ସ୍ନାନବେଦିକୁ ଆଣିଥିଲେ। ରାଘବଦାସ ମଠରୁ ପ୍ରଭୁଙ୍କ ପାଇଁ ଆସିଥିଲା ଟାହିଆ। ଟାହିଆ ପିନ୍ଧି ଝୁଲି ଝୁଲି ସ୍ନାମଣ୍ଡପକୁ ଆସିଥିଲେ ଠାକୁର। ସ୍ନାନମଣ୍ଡପରେ ଶ୍ରୀ ଜିଉଙ୍କର ମଙ୍ଗଳଆଳତି, ଅବକାଶ ନୀତି ସମ୍ପନ୍ନ ହୋଇଛି।

ସ୍ନାନ ମଣ୍ଡପରେ ବିରାଜିତ ଠାକୁରମାନଙ୍କୁ ଦିବ୍ୟସ୍ନାନ କରାଇବା ପରେ ଅନୁଷ୍ଠିତ ହେବ ଅନନ୍ୟ ଆକର୍ଷଣୀୟ ବେଶ ହାତୀ ବେଶ ବା ଗଜାନନ ବେଶ । ଏଥିପାଇଁ ରାଘବ ଦାସ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଯୋଗାଇ ଦିଆଯିବ ଆବଶ୍ୟକ ସାମଗ୍ରୀ ।

ତେବେ ଦୁଃଖର କଥା ଏଥର ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ବଡ଼ଦାଣ୍ଡରେ ସ୍ନାନ ନୀତି ଓ ହାତୀ ବେଶକୁ ସିଧାସଳଖ ଚର୍ମଚକ୍ଷୁରେ ଦର୍ଶନ କରି ପାରିବେନି ଭକ୍ତ।



from OTV Khabar. https://ift.tt/2BxhEYl
ସ୍ନାନମଣ୍ଡପରେ ଶେଷ ହେଲା ମଙ୍ଗଳଆଳତି, ଅବକାଶ ନୀତି Minati Mishra ସ୍ନାନମଣ୍ଡପରେ ଶେଷ ହେଲା ମଙ୍ଗଳଆଳତି, ଅବକାଶ ନୀତି Minati Mishra Reviewed by SUBHENDU BARAL on June 04, 2020 Rating: 5

No comments:

Powered by Blogger.