କାୟା ମେଲିଚାଲିଛି କରୋନା: ବିଶ୍ୱରେ କୋଟିଏ ଟପିଲା ସଂକ୍ରମଣ ସଂଖ୍ୟା, କରୋନାରେ ବିଶ୍ୱରେ ଗଲାଣି ୫ ଲକ୍ଷରୁ ଅଧିକ ଜୀବନ; ସବୁଠୁ ପ୍ରଭାବିତ ଆମେରିକା Kanak News

କନକ ବ୍ୟୁରୋ: କାୟା ମେଲିଚାଲିଛି କରୋନା  । ସମଗ୍ର ବିଶ୍ୱରେ କରୋନା ସଂଖ୍ୟା ବଢ଼ିଚାଲିଛି  । ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ଏକ କୋଟି ଟପିଛି  । ଏହାସହ ବିଶ୍ୱରେ କରୋନା ଯୋଗୁଁ ମୋଟ୍ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଯାଇଛି  । ବିଶ୍ୱର କୋଭିଡ ସଂଖ୍ୟା ନେଇ ତଥ୍ୟ ଦେଉଥିବା ୱାର୍ଲଡୋମିଟରର ତଥ୍ୟ ଅନୁସାରେ ସାରା ବିଶ୍ୱରେ କରୋନା ସଂକ୍ରମଣ ଏକ କୋଟି ଟପିଛି  । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ଏକ କୋଟି ଏକ ୭୦ ହଜାର ପାଖାପାଖି ରହିଛି  । ଏହାସହ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୫ ଲକ୍ଷ ପାର୍ ହୋଇଯାଇଛି  ।

କରୋନାରେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏହା ପଛକୁ ରହିଛି ବ୍ରାଜିଲ, ତୃତୀୟ ସ୍ଥାନରେ ରୁଷ ଥିବା ବେଳେ ସଂକ୍ରମଣ ତାଲକାର ଚତୁର୍ଥ ସ୍ଥାନରେ ରହିଛି ଭାରତ  । ପଂଚମ ସ୍ଥାନରେ ରହିଛି ବ୍ରିଟେନ  । ଆମେରିକାରେ ମୋଟ୍ ପ୍ରାୟ ୨୬ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ଏକ ଲକ୍ଷ ୨୮ ହଜାର ଲୋକଙ୍କ ଜୀବନ ଯାଇଛି  । ବ୍ରାଜିଲରେ ମୋଟ୍ ସଂକ୍ରମଣ ୧୩ ଲକ୍ଷ ଟପିଥିବା ବେଳେ ରୁଷରେ ୬ ଲକ୍ଷରୁ ଅଧିକ ରହିଛି  । ଭାରତରେ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୮ ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ଟପିଛି  । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି  ।



from Kanak News https://ift.tt/386nn3H https://ift.tt/31ubqnf
କାୟା ମେଲିଚାଲିଛି କରୋନା: ବିଶ୍ୱରେ କୋଟିଏ ଟପିଲା ସଂକ୍ରମଣ ସଂଖ୍ୟା, କରୋନାରେ ବିଶ୍ୱରେ ଗଲାଣି ୫ ଲକ୍ଷରୁ ଅଧିକ ଜୀବନ; ସବୁଠୁ ପ୍ରଭାବିତ ଆମେରିକା Kanak News କାୟା ମେଲିଚାଲିଛି କରୋନା: ବିଶ୍ୱରେ କୋଟିଏ ଟପିଲା ସଂକ୍ରମଣ ସଂଖ୍ୟା, କରୋନାରେ ବିଶ୍ୱରେ ଗଲାଣି ୫ ଲକ୍ଷରୁ ଅଧିକ ଜୀବନ; ସବୁଠୁ ପ୍ରଭାବିତ ଆମେରିକା Kanak News Reviewed by SUBHENDU BARAL on June 27, 2020 Rating: 5

No comments:

Powered by Blogger.