କାଳ ସାଜୁଛି କରୋନା । ଚାକିରି ହରାଇବା ପରେ କଷ୍ଟକର ହେଲା ପରିବାର ପୋଷଣ, ପ୍ରଫେସରରୁ ବାଇକ୍ ମେକାନିକ୍ ବନିଗଲେ ତେଲେଙ୍ଗାନାର ୩୩ ବର୍ଷିଅ ରବିନ୍ଦର Kanak News

କନକ ବ୍ୟୁରୋ : କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ ହେତୁ ଅନେକ ଲୋକ ନିଜର ଜୀବିକା ଅର୍ଜନର ପନ୍ଥା ହରାଇଛନ୍ତି । ଅନେକ ଲୋକ କିଛି ଭିନ୍ନ କରି ଉଦାହରଣ ବି ସୃଷ୍ଟି କରିଛନ୍ତି । ଏହି ପରିସ୍ଥିତିରେ ଚର୍ଚ୍ଚାକୁ ଆସିଛନ୍ତି ତେଲେଙ୍ଗାନାର ଏକ କଲେଜର ଆସିଷ୍ଟାଣ୍ଟ୍ ପ୍ରଫେସର୍ । ହାଇଦ୍ରାବାଦ୍ର ଏକ ବେସରକାରୀ କଲେଜରେ ପ୍ରଫେସର୍ ଥିବା ଭମ୍କୁଦୋତ୍ ରବିନ୍ଦର ନିଜର ଚାକିରି ହରାଇବା ପରେ ଜଣେ ବାଇକ୍ ମେକାନିକ୍ ଭାବେ ତାଙ୍କ ପରିବାର ପୋଷିବା କଥା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ବଞ୍ଜାରା କଲୋନିରେ ରହୁଥିବା ୩୩ ବର୍ଷିଅ ରବିନ୍ଦର ପାଲ୍ଭୋଞ୍ଜାରେ ତାଙ୍କର ବିଟେକ୍ ପାଠ ପୂରା କରିଥିବା ବେଳେ ଏମ୍ଟେକ୍ କରିଛନ୍ତି ଖମାମ୍ର ସ୍ବର୍ଣ୍ଣ ଭାରତୀ ଇଞ୍ଜିନିୟରିଂ କଲେଜ୍ରେ ।
ମଧିରାରେ ଏକ ବେସରକାରୀ କଲେଜ୍ରେ ୧ ବର୍ଷ ଚାକିରି କରିବା ପରେ ସେ ମାସକୁ ୨୪ ହଜାର ଦରମାରେ ହାଇଦ୍ରାବାଦ୍ର ଏକ ବେସରକାରୀ କଲେଜରେ ଆସିଷ୍ଟାଣ୍ଟ୍ ପ୍ରଫେସର୍ ଭାବେ ଯୋଗ ଦେଇଥିଲେ। ତାଙ୍କ ପତ୍ନୀ ମଧ୍ୟ ଜଣେ ଏମ୍ଟେକ୍ ଛାତ୍ରୀ। ରବିନ୍ଦରଙ୍କର ଦୁଇଟି ଝିଅ ଅଛନ୍ତି। ଜଣଙ୍କୁ ୭ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୪ ବର୍ଷ। ଲକ୍ଡାଉନ ହେତୁ ଉପୁଜିଥିବା ଆର୍ଥିକ ସମସ୍ୟା କାରଣରୁ କଲେଜ୍ ମ୍ୟାନେଜ୍ମେଣ୍ଟ୍ ପକ୍ଷରୁ ତାଙ୍କୁ କିଛି ଦିନ ଛୁଟିରେ ରହିବାକୁ କୁହାଯାଇଥିଲା। ବିନା ଚାକିରିରେ ହାଇଦ୍ରାବାଦ୍ରେ ତିଷ୍ଠି ରହିବା ଆସମ୍ଭବ ହୋଇ ପଡ଼ିବାରୁ ସେ ତାଙ୍କ ପତ୍ନୀ ଓ ପିଲାଙ୍କୁ ଧରି ମାର୍ଚ ମାସରେ ନିଜ ଗାଁ ମଧିରାକୁ ଫେରି ଯାଇଥିଲେ।
ଗାଁରେ ରହି ଦୀର୍ଘ ଦିନ ପର୍ଯ୍ୟନ୍ତ ରବିନ୍ଦର ଚାକିରି ଖୋଜିଥିଲେ ମଧ୍ୟ ଚାକିରି ମିଳି ନଥିଲା। ଶେଷରେ ସେ ଜଣେ ଗାଡ଼ି ମେକାନିକ୍ ଭାବେ ରୋଜଗାର କରିବା ଆରମ୍ଭ କରି ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ସେ ଏକ ଛୋଟ ଗ୍ୟାରେଜ୍ରେ ଦିନକୁ ୨୦୦ ଟଙ୍କା ମଜୁରିରେ କାମ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
from Kanak News https://ift.tt/2VvjY9E https://ift.tt/3ePJKgg
No comments: