ଦେଶରେ କରୋନା ସଂକ୍ରମଣ ଏବେ ଭୟାନକ ରୂପ ନେଲାଣି : ୭ ଦିନରେ ୧ ଲକ୍ଷରୁ ଅଧିକ ମାମଲା । ଦିନକରେ ପ୍ରାୟ ୧୬ ହଜାର ସଂକ୍ରମିତ ଚିହ୍ନଟ Kanak News

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଏବେ ଭୟାନକ ରୂପ ନେଲାଣି। ଗତ ୭ ଦିନ ମଧ୍ୟରେ ଦେଶରେ ୧ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମୃତ୍ୟୁସଂଖ୍ୟା ମଧ୍ୟ ଗତ ୭ ଦିନ ମଧ୍ୟରେ ୨,୫୪୧କୁ ବୃଦ୍ଧି ପାଇଛି। କେବଳ ଜାତୀୟ ରାଜଧାନୀ ଦିଲ୍ଲୀରେ ଗତକାଲି ୩ ହଜାର ୯୪୭ ନୂଆ ମାମଲା ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଦିଲ୍ଲୀଠାରୁ କମ୍ ତଥା ୩,୨୧୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୩ ଦିନ ମଧ୍ୟରେ ଦିଲ୍ଲୀରେ ୬୯ ପ୍ରତିଶତ ମାମଲା ରେକର୍ଡ କରାଯାଇଛି।
ଦେଶରେ ଦିନକରେ ପ୍ରାୟ ୧୬ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୬୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୪ ଲକ୍ଷ ୫୬ ହଜାର ୧୮୩ରେ ପହଞ୍ଚିଛି ଏବଂ ୧୪ ହଜାର ୪୭୬ ଜଣଙ୍କ ମୃତ୍ୟୁ ହୋଇଛି। ଲଗାତାର ୫ ଦିନ ଧରି ଦେଶରେ ୧୪ ହଜାରରୁ ଅଧିକ ମାମଲା ରହିଛି। ତେବେ ଦେଶରେ ସକ୍ରିୟ ମାମଲା ୧ ଲକ୍ଷ ୮୩ ହଜାର ୨୨ ଥିବା ବେଳେ ୨ ଲକ୍ଷ ୫୮ ହଜାର ୬୮୪ ଜଣ ସୁସ୍ଥ ହୋଇଛନ୍ତି। ପ୍ରାୟ ୫୬.୭୧ ପ୍ରତିଶତ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।
ବୁଧବାର ସକାଳ ସୁଦ୍ଧା ରିପୋର୍ଟ କରାଯାଇଥିବା ୪୬୫ ନୂଆ ମୃତ୍ୟୁରୁ କେବଳ ମହାରାଷ୍ଟ୍ରରେ ୨୪୮, ଦିଲ୍ଲୀରେ ୬୮, ତାମିଲନାଡ଼ୁରେ ୩୯ , ଗୁଜରାଟରେ ୨୬ ଏବଂ ଉତ୍ତରପ୍ରଦେଶରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୧ ଲକ୍ଷ ୩୯ ହଜାର ପହଞ୍ଚିଥିବା ବେଳେ ଦିଲ୍ଲୀରେ ୬୬ ହଜାର ୬୦୨ ମାମଲା ରହିଛି।
from Kanak News https://ift.tt/3i0jWA4 https://ift.tt/30q3fYm
No comments: