ଗଂଜାମରେ ପୁଣି ନୂଆ ୫୦ ଆକ୍ରାନ୍ତ ଚିହ୍ନଟ : କାଲିଠୁ ବ୍ରହ୍ମପୁରରେ ହେବ ୪ ଦିନିଆ ସଟଡାଉନ୍ । ୭୦ଟି ଟିମ ଘରକୁ ଘର ବୁଲି କରିବେ ସ୍କ୍ରିନିଂ । ଚାରିଆଡେ ଲାଗିଲା ବ୍ୟାରିକେଡ Kanak News

କନକ ବ୍ୟୁରୋ : ଗଂଜାମ ଜିଲ୍ଲାରେ ୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧ ଶହ ୩୮କୁ ବୃଦ୍ଧି ହୋଇଛି । ଜିଲ୍ଲାରେ ୭୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏବେ ୩୧୨ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୮ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ ନୂଆ କରି ଚିହ୍ନଟ ହୋଇଥିବା ୫୦ ଜଣ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସେପଟେ କରୋନା ଉପରେ କାବୁ ପାଇବାକୁ ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ରହ୍ମପୁରରେ ଲାଗୁ ହେବାକୁ ଯାଉଛି ୪ ଦିନିଆ ସଟଡାଉନ୍ । ଏନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ସଟଡାଉନ୍ ସମୟରେ ବ୍ରହ୍ମପୁରରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବେ ।

ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଏହା ମଧ୍ୟରେ ୧୧ ହଜାର ୩୮କୁ ବଢିଗଲାଣି । ଏହା ମଧ୍ୟରୁ ୭୬୮ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେଣି, ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୩୧୨ । କରୋନା ସଂକ୍ରମଣରେ ଗଂଜାମ ଜିଲ୍ଲାରୁ ୮ ଜଣଙ୍କ ଜୀବନ ଯାଇଛି । ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ ଲାଗୁ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।



from Kanak News https://ift.tt/3dH5Osh https://ift.tt/2ZdH8C6
ଗଂଜାମରେ ପୁଣି ନୂଆ ୫୦ ଆକ୍ରାନ୍ତ ଚିହ୍ନଟ : କାଲିଠୁ ବ୍ରହ୍ମପୁରରେ ହେବ ୪ ଦିନିଆ ସଟଡାଉନ୍ । ୭୦ଟି ଟିମ ଘରକୁ ଘର ବୁଲି କରିବେ ସ୍କ୍ରିନିଂ । ଚାରିଆଡେ ଲାଗିଲା ବ୍ୟାରିକେଡ Kanak News ଗଂଜାମରେ ପୁଣି ନୂଆ ୫୦ ଆକ୍ରାନ୍ତ ଚିହ୍ନଟ : କାଲିଠୁ ବ୍ରହ୍ମପୁରରେ ହେବ ୪ ଦିନିଆ ସଟଡାଉନ୍ । ୭୦ଟି ଟିମ ଘରକୁ ଘର ବୁଲି କରିବେ ସ୍କ୍ରିନିଂ । ଚାରିଆଡେ ଲାଗିଲା ବ୍ୟାରିକେଡ Kanak News Reviewed by SUBHENDU BARAL on June 25, 2020 Rating: 5

No comments:

Powered by Blogger.