ବିରୋଧ ସତ୍ୱେ ଉତ୍କଳ ବିଶ୍ୱବିଦ୍ୟାଳୟ ଷଷ୍ଠ ସେମିଷ୍ଟାର ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜୁଲାଇ ୭ରୁ ୧୩ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ଓ ୧୪ରୁ ୨୩ ଭିତରେ ହେବ ଥିଓରୀ ପରୀକ୍ଷା Kanak News
କନକ ବ୍ୟୁରୋ: ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ସତ୍ୱେ ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ନିୟନ୍ତ୍ରକ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଜୁଲାଇ ୭ରୁ ଷଷ୍ଠ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ । ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ଓ ୧୪ ରୁ ୨୩ ତାରିଖ ମଧ୍ୟରେ ଥିଓରୀ ପରୀକ୍ଷା ହେବ । ୨୮ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ନିକଟରେ ପ୍ରୋଜେକ୍ଟ ପେପର ଓ ମାର୍କ ପହଁଚିବା ଆବଶ୍ୟକ ।
ପରୀକ୍ଷା ସମୟରେ କୋଭିଡ୍-୧୯ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ହେଲେ ସାମାଜିକ ଦୂରତା ରଖି ହେବ ନାହିଁ ତେଣୁ ସଂକ୍ରମଣ ହେବାର ଆଶଙ୍କା ରହିଥିବା ଦର୍ଶାଇ ପରୀକ୍ଷା ବାତିଲ କରିବାକୁ ଦାବି କରୁଛନ୍ତି ଛାତ୍ରଛାତ୍ରୀ । ଏନେଇ ସେମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟଫାଟକ ନିକଟରେ ବିକ୍ଷୋଭ କରିଥିଲେ । ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ପରୀକ୍ଷା ବାତିଲ ଦାବି କରି ବିକ୍ଷୋଭ କରିଥିଲେ ।
from Kanak News https://ift.tt/2YlO9AK https://ift.tt/2AfS4qA
No comments: