କରୋନା ମୁକ୍ତ ହେବ ବାହୁଡାଯାତ୍ରା : ସବୁ ସେବାୟତଙ୍କ ହେବ କରୋନା ପରୀକ୍ଷା । କେବଳ ନେଗେଟିଭ୍ ହିଁ ନେଇପାରିବେ ଭାଗ । ସେବାୟତଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ Kanak News

କନକ ବ୍ୟୁରୋ : ଶ୍ରୀଗୁଣ୍ଡିଚା ଯାତ୍ରା ସୁରୁଖୁରରେ ସରିଥିବା ବେଳେ ବାହୁଡ଼ାଯାତ୍ରାକୁ କେମିତି ଠିକ୍ ଭାବେ ହୋଇପାରିବ ଏନେଇ ଛତିଶାନିଯୋଗ ବୈଠକରେ ଆଲାଚନା କରାଯାଇଛି । ସମସ୍ତ ସେବାୟତଙ୍କ କରୋନା ପରୀକ୍ଷା କରାଯାଉଛି । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଥିବ, ସେମାନେ ହିଁ କେବଳ ରଥଯାତ୍ରାରେ ଭାଗ ନେଇପାରିବେ । ବାହୁଡ଼ା ଯାତ୍ରାକୁ କିପରି କରୋନା ମୁକ୍ତ ରଖାଯିବ ସେଏନେଇ ବୈଠକରେ ଆଲୋଚନା କରାଯାଇଛି । ସେବାୟତ ଓ ସେମାନଙ୍କ ପରିବାର ପାଇଁ ଦୁଦୁୱାଲା ଧର୍ମଶାଳା ଓ ଭିତର ସେବାୟତ ନିଯୋଗରେ ସ୍ୱାସ୍ଥ୍ୟ ଶିବିର ଖୋଲିବ । ପାଖ ସାହିରେ ରହୁଥିବା ସେବାୟତମାନେ ଏହାର ସୁବିଧା ନେଇପାରିବେ । ଏହି ଶିବିରରେ ମେଡିସିନ, ଅର୍ଥୋପେଡିକ ଡାକ୍ତର ରହିବେ । ଏହାସହ ସେବକ ପରିବାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ । ନୀଳାଦ୍ରି ବିଜେ ଓ ପରେ ୧୫ ଦିନ ଧରି ନଜରରେ ରଖାଯିବ । ସେବାୟତ ପରିବାରଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯିବ ।

ରଥଯାତ୍ରା ପୂର୍ବରୁ ଦୁଇ ରାଉଂଡରେ ମୋଟ୍ ୬ ହଜାର କରୋନା ପରୀକ୍ଷା କରାଯିବ । ଏହାସହ ରଥଯାତ୍ରା ପରେ ୫ ହଜାର ଆଂଟିବଡି ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବାହୁଡ଼ା ଦିନ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ରହୁଥିବା ବାସିନ୍ଦା ନିଜ ଘର ବାଲକୋନି ଓ ଝରକାରେ ବାହୁଡ଼ା ଯାତ୍ରା ଦେଖିପାରିବେ । ତେବେ ବାହାର ଲୋକଙ୍କୁ ଏଥିରେ ସୁଯୋଗ ଦେଲେ କାର୍ଯ୍ୟାନୁଷ୍ଠାନ ହେବ । ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ଜିଲ୍ଲାପାଳ ବଲୱନ୍ତ ସିଂହ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଏସପି ଉପସ୍ଥିତି ଥିଲେ ।



from Kanak News https://ift.tt/2Z8EBJv https://ift.tt/2NvFeYi
କରୋନା ମୁକ୍ତ ହେବ ବାହୁଡାଯାତ୍ରା : ସବୁ ସେବାୟତଙ୍କ ହେବ କରୋନା ପରୀକ୍ଷା । କେବଳ ନେଗେଟିଭ୍ ହିଁ ନେଇପାରିବେ ଭାଗ । ସେବାୟତଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ Kanak News କରୋନା ମୁକ୍ତ ହେବ ବାହୁଡାଯାତ୍ରା : ସବୁ ସେବାୟତଙ୍କ ହେବ କରୋନା ପରୀକ୍ଷା । କେବଳ ନେଗେଟିଭ୍ ହିଁ ନେଇପାରିବେ ଭାଗ । ସେବାୟତଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ Kanak News Reviewed by SUBHENDU BARAL on June 25, 2020 Rating: 5

No comments:

Powered by Blogger.