ବ୍ରହ୍ମପୁର ସହରରେ ହେବ ୪ ଦିନିଆ ସଟଡାଉନ୍ : ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ କଟକଣା । ଏହି ସମୟରେ ୭୦ଟି ଟିମ ଘରକୁ ଘର ବୁଲି କରିବେ ସ୍କ୍ରିନିଂ, ଜିଲ୍ଲାପାଳଙ୍କ ସୂଚନା  Kanak News

କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ଲାଗୁ ହେବ ୪ ଦିନିଆ ସଟଡାଉନ୍ । ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ରହ୍ମପୁରରେ ଲାଗୁ ହେବ ସଟଡାଉନ୍ । ଏନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସହରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାକୁ ନଜରରେ ରଖି ଏପରି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଏହି ସଟଡାଉନ୍ ସମୟରେ ବ୍ରହ୍ମପୁରରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବେ । ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଏହା ମଧ୍ୟରେ ୧ ହଜାର ୮୮କୁ ବଢିଗଲାଣି । ଏହା ମଧ୍ୟରୁ ୭୬୮ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେଣି, ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୩୧୨ ।

କରୋନା ସଂକ୍ରମଣରେ ଗଂଜାମ ଜିଲ୍ଲାରୁ ୮ ଜଣଙ୍କ ଜୀବନ ଯାଇଛି । ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।



from Kanak News https://ift.tt/2NupBR1 https://ift.tt/31dmmW9
ବ୍ରହ୍ମପୁର ସହରରେ ହେବ ୪ ଦିନିଆ ସଟଡାଉନ୍ : ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ କଟକଣା । ଏହି ସମୟରେ ୭୦ଟି ଟିମ ଘରକୁ ଘର ବୁଲି କରିବେ ସ୍କ୍ରିନିଂ, ଜିଲ୍ଲାପାଳଙ୍କ ସୂଚନା  Kanak News ବ୍ରହ୍ମପୁର ସହରରେ ହେବ ୪ ଦିନିଆ ସଟଡାଉନ୍ : ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ କଟକଣା । ଏହି ସମୟରେ ୭୦ଟି ଟିମ ଘରକୁ ଘର ବୁଲି କରିବେ ସ୍କ୍ରିନିଂ, ଜିଲ୍ଲାପାଳଙ୍କ ସୂଚନା  Kanak News Reviewed by SUBHENDU BARAL on June 25, 2020 Rating: 5

No comments:

Powered by Blogger.