ବ୍ରହ୍ମପୁର ୨୭।୬: ଗଞ୍ଜାମ ପୋଲିସ ଜିଲ୍ଲାର ୫ ଜଣ କୋରନା ଯୋଦ୍ଧା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ୍ ରାଏ । ଚିହ୍ନଟ ହୋଇଥିବା ସମସ୍ତେ ଅବଜରଭେସନରେ ଅଛନ୍ତି । ଏସପି ବ୍ରିଜେଶ୍ ରାଏ ସମସ୍ତଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
In the line of duty our another five COVID warriors of Ganjam Police have tested covid positive.They are under observation.Wishing them for speedy recovery.@odisha_police @igpsr
— SP GANJAM (@sp_ganjam) June 26, 2020
ସେପଟେ ଗ୍ରାମାଞ୍ଚଳ ଲୋକଙ୍କୁ ଆସନ୍ତା ୧୫ ଦିନ ପାଇଁ ସହରକୁ ଆସିବାକୁ ବାରଣ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କୌଣସି ଜରୁରୀ କାମ ନଥିଲେ ସହରକୁ ନ ଆସିବାକୁ ଜିଲ୍ଲାପାଳ ଟ୍ବିଟ୍ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କୁ ଅନୁରୋଧ କରିଛନ୍ତି । ମାସ୍କ ପରିଧାନ, ସାମାଜିକ ଦୂରତ୍ବ ରକ୍ଷା କରିବା ସହ ହାତକୁ ଭଲଭାବେ ଧୋଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।
We request people in Rural area not to visit Urban area for next fifteen days if not any emergency. Avoid crowds.
— Collector & District Magistrate, Ganjam (@Ganjam_Admin) June 27, 2020
Use mask .
Keep two metre distance from other person.
Wash hands.@CMO_Odisha @HFWOdisha
from Prameya News7 https://ift.tt/2NxHWN5
No comments: