ଲଦାଖରେ ଚୀନ୍‌ର ମାର୍ସଲ ଆର୍ଟ ଏକ୍ସପର୍ଟକୁ ଧୂଳି ଚଟାଇବା ମାଉଣ୍ଟେନ୍‌ ଟ୍ରୁପ୍‌‌, ଜଗିଗଲେଣି ସବୁ ଚେକ୍‌ ପୋଷ୍ଟ

ନୂଆଦିଲ୍ଲୀ ୨୯।୦୬: ଭାରତ-ଚୀନ୍‌ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିଚାଲିଛି । ଉଭୟ ଦେଶ ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ସୈନ୍ୟ, ଟ୍ୟାଙ୍କ, ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ନିକଟରେ ଭାରତ-ଚୀନ୍‌ ସେନା ମଧ୍ୟରେ ହୋଇଥିବା ସଂଘର୍ଷର କିଛି ଦିନ ପୂର୍ବରୁ ଚୀନ ନିଜର ପାର୍ବତ୍ୟ ଡିଭିଜନ ଓ ମାର୍ଶଲ ଆର୍ଟରେ ମାହିର ଦୁର୍ଦ୍ଦାନ୍ତ ସଦସ୍ୟଙ୍କୁ ସୀମା ନିକଟରେ ମୁତୟନ କରିଛି ।ଏମାନେ ସମସ୍ତେ ଭାରତୀୟ ଯବାନଙ୍କ ବିରୋଧରେ ଲଢେଇ କରିବା ପାଇଁ ଚୀନ୍ ସେନାକୁ ଟ୍ରେନିଂ ଦେବା ପାଇଁ ବେଜିଂର ଯୋଜନା ରହିଛି । ତେବେ ଚୀନ୍‌ର ଏପରି କାର୍ଯ୍ୟକୁ ନଜରରେ ରଖି ଭାରତ ମଧ୍ୟ ସୀମାରେ କଡା ପଦକ୍ଷେପ ନେଇସାରିଛି । ଭାରତ ପକ୍ଷରୁ ନିୟନ୍ତ୍ରଣ ରେଖାରେ ମାଉଣ୍ଟେନ୍‌ ଟ୍ରୁପର ଏକ ଯୁଦ୍ଧବାହିନୀ (IBG)କୁ ମୁତୟନ କରାଯାଇଛି । ଏହି ଗ୍ରୁପର ପ୍ରତ୍ୟେକ ସଦସ୍ୟ ପାହାଡି ଓ ଜଙ୍ଗଲୀ ଅଞ୍ଚଳରେ ଯୁଦ୍ଧ କରିବାରେ ପାରଙ୍ଗମ । ଉଚ୍ଚଶ୍ରେଣୀର ପାହାଡରେ ଏମାନେ ଲଢେଇ କରିବାରେ ମାହିର ରହିଥାନ୍ତି । ଏହି ଗ୍ରପୁର ପ୍ରତ୍ୟେକ ସଦସ୍ୟମାନଙ୍କୁ ଖାସ୍‌ ଭାବରେ ଚୀନ୍‌ ସୈନିକମାନଙ୍କ ସହିତ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତ କରାଯାଇଛି । ଏବେ ଚୀନ୍‌ର ପ୍ରତ୍ୟେକ ମାଡର ଜବାବ ଏବେ ଘାତକ ରୂପରେ ଜବାବ ଦେବ ଏହି ଗ୍ରୁପ । ସୀମାରେ ଥିବା ସବୁ ଚେକ୍‌ ପୋଷ୍ଟରେ ବର୍ତ୍ତନାନ ମୁତୟନ ହୋଇସାରିଲେଣି ଏହି ମାଉଣ୍ଟେନ୍‌ ଟ୍ରୁପ୍ ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଖବର ଆସିଥିଲା କି ଚୀନ୍‌ ସୀମାରେ ବହୁ ସଂଖ୍ୟାରେ ସେନା ମୁତୟନ କରୁଛି । ଖାସ୍‌ଭାବରେ ପର୍ବତରୋହୀ ଏବଂ ମାର୍ସଲ ଆର୍ଟର ଟ୍ରେନିଂ ଦିଆଯାଇଥିବା ସେନାଙ୍କୁ ସୀମାରେ ମୁତୟନ କରାଯାଇଛି । ଏହି ପରି ଭାବରେ ପାଞ୍ଚଟି ଡିଭିଜନ ସେନାଙ୍କୁ ସୀମାରେ ଚୀନ୍‌ ପକ୍ଷରୁ ମୁତୟନ କରାଯାଇଛି । ଚୀନ୍‌ ମିଡିଆରେ ଆସିଥିବା ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ସୈନ୍ୟବାହିନୀଙ୍କୁ ଚୀନ୍‌ ଭାରତୀୟ ସୀମା ନିକଟ ତିଦ୍ଦତରେ ମୁତୟନ କରିଛି । କିନ୍ତୁ ଚୀନ୍‌ର ଏମାନଙ୍କୁ ଏଲଏସିରେ ଭାରତୀୟ ସେନାର ମୁକାବିଲା ପାଇଁ ମୁତୟନ କରିଥିବାର ସୂଚନା ମିଳିଛି । ସମସ୍ତଙ୍କୁ ୧୫ଜୁନ୍‌ ପୂର୍ବରୁ ସୀମାକୁ ପଠାଯାଇଛି ।

ଜୁନ୍‌ ୧୫ ବିଳମ୍ବିତ ରାତିରେ ଦୁଇ ଦେଶର ସୈନ୍ୟମାନଙ୍କ ମଧ୍ୟରେ ଲଦାଖର ଗଲଓ୍ୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ କି ଭାରତର ୨୦ଯବାନ ସହିଦ ହୋଇଥିଲେ , ସେହିପରି ଚୀନ୍‌ର ୪୦ରୁ ଅଧିକ ସୈନ୍ୟ ମୃତାହତ ହୋଇଥିଲେ ବୋଲି ଚର୍ଚ୍ଚ ହେଉଥିଲା । କିନ୍ତୁ ଚୀନ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କିଛି ସ୍ପଷ୍ଟ କରିନାହିଁ । ତେବେ ଭାରତ ବିଗତ ଘଟଣାକୁ ଦୃଷ୍ଟିରେ ରଖି ମାଉଣ୍ଟେନ୍‌ କାର୍ପର ଅତିକମ୍‌ରେ ତିନୋଟି ଗ୍ରୁପ ସୀମାକୁ ପଠାଯାଇଛି । ଏହା ସହିତ ମଧ୍ୟ ଆଇଟିବିପର ବହୁ ସଂଖ୍ୟକ ସୈନ୍ୟଙ୍କୁ ମଧ୍ୟ ମୁତୟନ କରାଯାଇଛି । ଯେଉଁମାନେ କି ପାହାଡିଆ ଅଞ୍ଚଳରେ ଯୁଦ୍ଧ କରିବାରେ ସଂମର୍ଣ୍ଣ ରହିଥାନ୍ତି । ବ୍ୟାଟେଲ୍‌ ଗ୍ରୁପର ଯବାନମାନଙ୍କୁ ଆବଶ୍ୟକ ପଡିଲେ ସୀମାରେ ଯେକୌଣସି ସ୍ଥାନରେ ଏୟାରଡ୍ରପ କରାଯାଇଥାଏ । ଯବାନମାନଙ୍କୁ ଏଥିପାଇଁ ଖାସ୍‌ ଭାବରେ ଟ୍ରେନିଂ ଦିଆଯାଇଛି । ଚୀନ୍‌ ସୀମାକୁ ଲାଗିଥିବା ଅଞ୍ଚଳରେ ଯୁଦ୍ଧାଭ୍ୟାସ ମଧ୍ୟ କରିସାରିଛନ୍ତି । ସୀମାରେ ସ୍ଥଳସେନାକୁ ବ୍ୟାକଅପ୍‌ ଦେବା ପାଇଁ ବାୟୁସେନା ପ୍ରସ୍ତୁତ ହୋଇ ରହିଛି । ଏବେ ସ୍ଥଳ ସେନାକୁ ମାଉଣ୍ଟେନ୍‌ ଗ୍ରୁପର ଯବାନମାନଙ୍କ ସହଯୋଗ ମିଳିବ । ସେହିପରି ଚୀନ୍‌ର ପ୍ରତ୍ୟେକ କାରନାମାକୁ ଜଗିବା ପାଇଁ ବାୟୁସେନା ସୀମାରେ ଡ୍ରୋନ ଜରିଆରେ ନଜର ରଖିଛି । ଚୀନ୍‌ର ଚାଲ୍‌କୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ଏପରି କଡ଼ା ପଦକ୍ଷେପ ନିଆଯାଇଛି ।



from Prameya News7 https://ift.tt/2BiYsxP
ଲଦାଖରେ ଚୀନ୍‌ର ମାର୍ସଲ ଆର୍ଟ ଏକ୍ସପର୍ଟକୁ ଧୂଳି ଚଟାଇବା ମାଉଣ୍ଟେନ୍‌ ଟ୍ରୁପ୍‌‌, ଜଗିଗଲେଣି ସବୁ ଚେକ୍‌ ପୋଷ୍ଟ ଲଦାଖରେ ଚୀନ୍‌ର ମାର୍ସଲ ଆର୍ଟ ଏକ୍ସପର୍ଟକୁ ଧୂଳି ଚଟାଇବା ମାଉଣ୍ଟେନ୍‌ ଟ୍ରୁପ୍‌‌, ଜଗିଗଲେଣି ସବୁ ଚେକ୍‌ ପୋଷ୍ଟ Reviewed by SUBHENDU BARAL on June 28, 2020 Rating: 5

No comments:

Powered by Blogger.