ସିଆରପିଏଫ ଟ୍ରୁପ ଉପରେ ଆତଙ୍କବାଦୀ ହମଲା : ଦୁଇ ଯବାନ ସହିଦ, ଜଣେ ସାଧାରଣ ନାଗରିକ ମୃତ

ଶ୍ରୀନଗର ୧।୭: ଜାମ୍ମୁ କାଶ୍ମୀରର ସୋପୋରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଭେନ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ CRPF ୧୭୯ ବାଟାଲିୟନର ଦୁଇ ଜଣ ଜବାନ ନିହତ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ପାର୍ଟି ଉପରେ ଆକ୍ରମଣ କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ଏକ CRPF ପାର୍ଟି ପାଟ୍ରୋଲିଂ ପାଇଁ ବାହାରକୁ ଯାଇଥିଲା । ରେବନ୍ ଅଞ୍ଚଳରେ CRPF ପାର୍ଟି ଉପରେ ଗୁଳିବିନିମୟ କରାଯାଇଥିଲା । ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟରେ ଦୁଇ ଜବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁରକ୍ଷା ବାହିନୀର ଏକ ଅତିରିକ୍ତ କଣ୍ଟିଜେଣ୍ଟ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ।



from Prameya News7 https://ift.tt/3eMPAPq
ସିଆରପିଏଫ ଟ୍ରୁପ ଉପରେ ଆତଙ୍କବାଦୀ ହମଲା : ଦୁଇ ଯବାନ ସହିଦ, ଜଣେ ସାଧାରଣ ନାଗରିକ ମୃତ ସିଆରପିଏଫ ଟ୍ରୁପ ଉପରେ ଆତଙ୍କବାଦୀ ହମଲା : ଦୁଇ ଯବାନ ସହିଦ, ଜଣେ ସାଧାରଣ ନାଗରିକ ମୃତ Reviewed by SUBHENDU BARAL on June 30, 2020 Rating: 5

No comments:

Powered by Blogger.