ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର ୨୫।୬: ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଆଜି ଦିନ ୧୦ଟାରେ ପାରମ୍ପରିକ ଭାବେ ପୂଜାର୍ଚ୍ଚନା ପରେ ଜଳଭଣ୍ଡାରର ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି ।

ଏନେଇ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ତଳମୁଣ୍ଡର ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ତଳମୁଣ୍ଡରେ ଥିବା ଜିଲ୍ଲାଗୁଡିକରେ ମହାନଦୀ ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ସେପଟେ ମାଇକ୍ ଯୋଗେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଛି । ବୁଧବାରର ରିପୋର୍ଟ ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଥିଲା ୬୧୬ ଫୁଟ୍ । ଉପର ମୁଣ୍ଡର ପ୍ରବଳ ବର୍ଷା ଓ ଜଳଭଣ୍ଡାରକୁ ଜଳ ପ୍ରବେଶ ପାଇଁ ଚଳିତ ଥର ଗତବର୍ଷ ଅପେକ୍ଷା ଶୀଘ୍ର ଗେଟ୍ ଖୋଲାଯିବ ।



from Prameya News7 https://ift.tt/3fWtf20
ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ Reviewed by SUBHENDU BARAL on June 24, 2020 Rating: 5

No comments:

Powered by Blogger.