ଭୁବନେଶ୍ବର୫/୬: ଯାତ୍ରାଜଗତରେ ଚକଲେଟ୍ ଖଳନାୟକ ଭାବେ ବେଶ ଜଣାଶୁଣା ହେଉଛନ୍ତି ପୀୟୁଷ।ରାତିରେ ଯାତ୍ରା ପେଣ୍ଡାଲରେ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରି ବେଶ ଖୁସି ଅନୁଭବ କରିଥାଆନ୍ତି ପୀୟୁଷ। ମୁହଁରେ ରଙ୍ଗ ମାଖି ନିଜର ଦୁଃଖକୁ ଚାପି ଲୋକଙ୍କ ମନୋରଞ୍ଜନ କରୁଥିବା ପ୍ରତ୍ୟେକ କଳାକାରଙ୍କ ଜୀବନରେ କିଛି ନା କିଛି ଦୁଃଖ ଭରା କାହାଣୀ ରହିଛି। ପୂର୍ବ ଆଟିକିଲରେ ଆମେ ଯାତ୍ରାଜଗତର ସୁନାମଧନ୍ୟ ନାୟକ ବାପି ପଣ୍ଡା ସଂପର୍କରେ କହିଥିଲୁ। କିନ୍ତୁ ଆଜି ଚକଲେଟ୍ ଖଳନାୟକ ପୀୟୁଷ ସଂପର୍କରେ କିଛି ଅଜଣା କଥା ଆସନ୍ତୁ ଜାଣିବା।
ପୋଲିସ୍ ଚାକିରି ଛାଡ଼ି ଯାତ୍ରାରେ ଜଗତରେ ପାଦ ଥାପିଥିଲେ ପୀୟୁଷ। କଳା ପ୍ରତି ତାଙ୍କର ଆଗ୍ରହ ପୋଲିସ୍ ଚାକିରି ଛାଡିବାକୁ ବାଧ୍ୟ କରିଥିଲା। ପୀୟୁଷ ବାପା-ମାଆ ପୋଲିସ୍ ଚାକିରି କରିଛନ୍ତି। ପୀୟୁଷ ମଧ୍ୟ ପୋଲିସ ଚାକିରି କରିଥିଲେ। ହିରୋ ହେବା ପାଇଁ ଯାତ୍ରାଜଗତରେ ପାଦ ଥାପିଥିଲେ ପୀୟୁଷ। ହେଲେ ସମୟ ଏବଂ ପରିସ୍ଥିତି ତାଙ୍କୁ ଖଳନାୟକ ସଜାଇ ଦେଇଥିଲା। ପୀୟୁଷ କହନ୍ତି, ଯାତ୍ରାରେ ହିରୋ ହେବା ନିଶାରେ ସେ ପୋଲିସ୍ ଚାକିରି ଛାଡ଼ି ଥିଲେ। ସେଥିପାଇଁ ପୀୟୁଷଙ୍କ ବାପା- ବୋଉ ରାଗରେ ୬ ମାସ ତାଙ୍କ ସହ କଥା ହୋଇ ନଥିଲେ। ପୀୟୁଷ କଣ କହୁଛନ୍ତି ଶୁଣନ୍ତୁ….
from Prameya News7 https://ift.tt/2Y0ZCp3
No comments: