ବରଗଡ଼ ୨୮।୦୬: ଘରୋଇ କଳହ ଯୋଗୁଁ ବିଷପାନ କରି ଆତ୍ମହତ୍ୟା କରିଥିବା ମା ଓ ଦୁଇ ପୁଅଙ୍କ ଶବ ବ୍ୟବଛେଦ ପରେ ଗାଁ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ମଦ ପିଇ ଘରେ କଳହ ଓ ଅଶାନ୍ତି ହିଁ ଆତ୍ମହତ୍ୟାର କାରଣ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବରଗଡ଼ ଜିଲ୍ଲାର ଚାରପାଲିରେ ଘଟିଛି ଅଘଟଣ ।
ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଂଟପାଲି ପଂଚାୟତର ଚାରପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଗାଁରେ ଜଣେ ମହିଳାଙ୍କ ସମେତ ତିନିଜଣ ଏକା ସାଙ୍ଗେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି । ଗାଁର ଗୋପୀନାଥ ବନଛୋରଙ୍କ ସ୍ତ୍ରୀ ଉତ୍ତରା ଏବଂ ତାଙ୍କର ଦୁଇ ପୁଅ ଜଗା ବନଛୋର ଏବଂ ବଳିଆ ବନଛୋର ଆତ୍ମହତ୍ୟା କରିଛନ୍ତି । ଉତ୍ତରା ଏବଂ ତାଙ୍କ ଦୁଇପୁଅ ନିକଟସ୍ଥ ଜମିରେ ବିଷ ପିଇ ଦେଇଥିବା ବେଳେ ସ୍ଥାନୀୟ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ବରଗଡ଼ ଖେଦାପାଲି ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତିନିଜଣଙ୍କ ବଞ୍ଚାଇ ପାରିନଥିଲା । ଶେଷରେ ଡାକ୍ତର ସମସ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ସେହିପରି ବରଗଡ଼ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ବରଗଡ଼ ଅତିରିକ୍ତ ଏସପି ଅମରେନ୍ଦ୍ର ରଣା ଓ ସଦର ଥାନା ଅଧିକାରୀ ଦିଲିପ ବେହେରା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ଉତ୍ତରାଙ୍କ ସ୍ୱାମୀ ଗୋପୀନାଥକୁ ପଚରାଉଚରା କରିବା ସହ ବିଷପାନ କରିଥିବା ସ୍ଥାନକୁ ଯାଇ ବିଷ ବୋତଲ ,ଗାମୁଛା ଓ ଚପଲ ଜବତ କରିଛି ।
ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ କହିଥିବା ବେଳେ ମୃତ ଉତ୍ତରା ଙ୍କ ସ୍ୱାମୀ ଅର୍ଥାଭାବ ଓ ମଦ ପିଇବା ଯୋଗୁଁ ଘରେ କଳହ ହେଉଥିଲା ବୋଲି କହିଛନ୍ତି । ତେବେ ଶବ ବ୍ୟବଛେଦ ପରେ ମା ଓ ୨୩ ବର୍ଷର ଦୁଇ ଯାଆଁଳା ପୁଅ ଜଗା ଓ ବଳିଆଙ୍କ ଜୁଇ ଏକା ସାଙ୍ଗରେ ଜଳିଛି । ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
from Prameya News7 https://ift.tt/3eGBZt4
No comments: