ନୂଆଦିଲ୍ଲୀ ୩୦।୬: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବେ ବୋଲି ପିଏମଓ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ଦିନକୁ ଦିନକୁ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି । ସ୍ବାରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନଲକ୍-୨ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଅନଲକ୍-୧ ଶେଷ ହେବାକୁ ଯାଉଛି । ଜୁଲାଇ ୧ରୁ ୩୧ ଯାଏଁ କେବଳ କଣ୍ଟେନମେଣ୍ଟ ଜୋନ୍ ରେ ଲକ୍ ଡାଉନ୍ ପାଳନ କରାଯିବ । ଅନଲକ୍-୨ ଗାଇଡ୍ ଲାଇନ୍ ଅନୁସାରେ ଜୁଲାଇ ୩୧ ଯାଏଁ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ବିମାନଯାତ୍ରୀ, ମେଟ୍ରୋ ରେଲ୍, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ଏଣ୍ଟରଟେନମେଣ୍ଟ ପାର୍କ, ଥିଏଟର, ବାର୍, ଅଡିଟୋରିଅମ୍, ଆସେମ୍ବ୍ଲି ହଲ୍ ସବୁ କିଛି ବନ୍ଦ ରହିବ ।
ସେହିଭଳି ସାମାଜିକ, ରାଜନୈତିକ, କ୍ରୀଡା, ଏଣ୍ଟରଟେନମେଣ୍ଟ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ ସଭା ବା ଉତ୍ସବ ଜୁଲାଇ ୩୧ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଅନଲକ୍-୨ରେ ନାଇଟ୍ କର୍ଫ୍ୟୁ କ୍ଷେତ୍ରରେ କିଛିଟା କୋହଳ କରାଯାଇଛି । ଅନଲକ୍ ୱାନରେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଅନଲକ୍-୨ରେ ରାତି ୧୦ରୁ ଭୋର୍ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ତେଣୁ ଏସବୁ ଭିତରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ’ଣ ସବୁ କହିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି ।
ସୋମବାର ଭାରତ ସରକାର ଚାଇନା ବିବାଦକୁ ଦୃଷ୍ଟିରେ ରଖି ଟିକଟକ ସହ ୫୯ଟି ଚାଇନିଜ ଆପକୁ ବ୍ୟାନ୍ କରିଛନ୍ତି । କୁହାଯାଉଛି, ଚାଇନା ବିବାଦ ସମ୍ପର୍କରେ ମୋଦି ବଡ ଘୋଷଣା କରିପାରନ୍ତି । ହେଲେ ପିଏମଓ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି ।
from Prameya News7 https://ift.tt/3eWAs1S
No comments: