ଭୁବନେଶ୍ବର ୫।୬: ଆସନ୍ତା ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୧୦ରୁ ୧୨ ତାରିଖବେଳକୁ ଓଡିଶା ଛୁଇଁପାରେ ମୌସୁମୀ ।
ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିର୍ଭସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ହେବାକୁ ଯାଉଛି । ଏହା ଘନୀଭୂତ ହୋଇ ଅବପାତ ମଧ୍ୟ ହୋଇପାରେ । ଏହାର ପ୍ରଭାବରେ ୯ରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ମଧ୍ୟ ବର୍ଷା ଜାରି ରହିବ । ତେଣୁ ସମ୍ଭାବ୍ୟ ଲଘୁଚାପ ହିଁ ଓଡ଼ିଶାକୁ ମୌସୁମୀ ଟାଣି ଆଣିବ । ସମ୍ଭବତଃ ୧୦ କିମ୍ବା ୧୧ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ ।
ମହାରାଷ୍ଟ୍ର ସଂଲଗ୍ନ ଆରବ ସାଗରରେ ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ହେବ । ଏହା ବଙ୍ଗୋପସାଗର ଲଘୁଚାପ ଉପରେ ପ୍ରଭାବ ପକାଇବ । ଏହା କେତେ ଘନୀଭୂତ ହେବ, ତାହା ଆରବସାଗର ଲଘୁଚାପ ଉପରେ ନିର୍ଭର କରିବ । ଗତକାଲି ଅଧିକାଂଶ ସ୍ଥାନରେ ପାଗ ମେଘୁଆ ଥିବାବେଳେ କେତେକ ଜାଗାରେ କାଳବୈଶାଖୀ ବର୍ଷା, ପବନ ହୋଇଛି। ବାରିପଦାରେ ଦିନବେଳା ୭୪ ମିଲିମିଟର ବର୍ଷା ହୋଇଥିବାବେଳେ ଝାରସୁଗୁଡ଼ାରେ ୧୮ ମିମି ବର୍ଷା ହୋଇଛି । ସାରା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ସେଲସିୟସ ତଳେ ଥିଲା ।
from Prameya News7 https://ift.tt/3cGw59C
No comments: